ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

Aug 26, 2026 - 13:11
ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ଘୋଷଣା କରାଯାଇଛି। ଏହା ପୂର୍ବରୁ CJP ପୁଣିଥରେ ସରକାରଙ୍କୁ ଅଲ୍ଟିମେଟମ୍‌ ଦେଇଛି।

ଦଳ କହିଛି ଯେ, ଗତ ୨୫ ଜୁଲାଇରେ ହେବାକୁ ଥିବା ପ୍ରଦର୍ଶନକୁ ଏହି ଆଶାରେ ସ୍ଥଗିତ କରାଯାଇଥିଲା ଯେ ସରକାର ସେମାନଙ୍କ ସମସ୍ତ ଦାବି ମାନିନେବେ। କିନ୍ତୁ ଏବେ ବି ତିନୋଟି ପ୍ରମୁଖ ଦାବି ପୂରଣ ହୋଇନଥିବା CJP ଅଭିଯୋଗ କରିଛି। ଏନେଇ ଦଳ ବୁଧବାର (୨୬ ଜୁଲାଇ) ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛି। CJP ଏକ୍ସରେ ପୋଷ୍ଟ କରି କହିଛି, ଏକ ମାସ ପୂର୍ବରୁ, ଜୁଲାଇ ୨୫ରେ ଆମେ ପ୍ରଦର୍ଶନକୁ ସ୍ଥଗିତ କରିଥିଲୁ, ଯାହାଦ୍ୱାରା ଆମର ସମସ୍ତ ଦାବି ପୂରଣ କରାଯାଉ। କିନ୍ତୁ ଏବେ ବି ତିନୋଟି ଦାବି ଅଧୁରା ରହିଛି।

ଦଳର ଦାବିଗୁଡ଼ିକ ମଧ୍ୟରେ ରହିଛି…

-ଛାତ୍ରମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ।
-ଛାତ୍ର ପ୍ରଦର୍ଶନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ -ନକରିବା ଏବଂ ରୁଜୁ ହୋଇଥିବା FIR ପ୍ରତ୍ୟାହାର
ଦିଲ୍ଲୀ ପୋଲିସ ଓ RAF ପକ୍ଷରୁ କ୍ଷମା ପ୍ରାର୍ଥନା

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।