ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

Aug 26, 2026 - 11:02
ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

ନୂଆଦିଲ୍ଲୀ,୨୬।୮: ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସିଏମ ସମ୍ରାଟ କହିଛନ୍ତି ଯେ SC/ST ବର୍ଗର ଯେଉଁ ମହିଳାମାନେ ଅନ୍ତଃଜାତୀୟ ବିବାହ କରିବେ, ସେମାନଙ୍କୁ ବିହାର ସରକାରଙ୍କ ପକ୍ଷରୁ ୧.୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ। କେବଳ ରାଜ୍ୟ ସରକାର ନୁହେଁ, କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ୧.୨୫ ଲକ୍ଷ ଟଙ୍କା ଦେବେ। ଅର୍ଥାତ୍‌ ଅନ୍ତଃଜାତୀୟ ବିବାହ କରୁଥିବା ଯୋଗ୍ୟ ମହିଳାଙ୍କୁ ସରକାରଙ୍କ ଠାରୁ ମୋଟ ଅଢ଼େଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ।

ରକ୍ଷାବନ୍ଧନ ପର୍ବ ପୂର୍ବରୁ ସିଏମ ସମ୍ରାଟ ମହିଳାଙ୍କୁ ରୋଜଗାର ଓ ସ୍ବାସ୍ଥ୍ୟ ସହ ଯୋଡ଼ିବା ପାଇଁ ଏକ ବିଶେଷ ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।