ସରିଗଲାଣି ଧାନମଣ୍ଡି ଅବଧି l ଧାନ ଦେଇ ନପାରି ହନ୍ତସନ୍ତ ଚାଷୀ l

Sep 30, 2026 - 10:40
ସରିଗଲାଣି ଧାନମଣ୍ଡି ଅବଧି l ଧାନ ଦେଇ ନପାରି ହନ୍ତସନ୍ତ ଚାଷୀ l

ନନ୍ଦିଘୋଷ ବ୍ୟୁରୋ : ସରିଗଲାଣି ଧାନମଣ୍ଡି ଅବଧି l ଧାନ ଦେଇ ନପାରି ହନ୍ତସନ୍ତ ଚାଷୀ l କାହିଁକି ମଣ୍ଡିରେ ଧାନ ନେଲେନାହିଁ ତାହାକୁ ନେଇ ଜିଲ୍ଲାପାଳ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ l ଫଳରେ  ବିଲହୁଡ଼ା ରେ ବର୍ଷାମାଡ଼ ଖାଇ ନଷ୍ଟ ହେଉଛି ଚାଷୀ ଙ୍କ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ l ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୁସୁମଯୋଡି ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ଅଁଳାବେରେଣୀ ଗ୍ରାମରେ ବଢିଛି ଚାଷୀ ଦୁର୍ଦ୍ଦଶା। ଗ୍ରାମ ର ନରହରି ନାଏକ ଜଣେ ପଞ୍ଜିକୃତ ଚାଷୀ ହୋଇଥିଲେ ବି ସେ ଅମଳ କରିଥିବା ଧାନ ବିକ୍ରି କରିପାରିନଥିଲେ l ଏନେଇ ସେ କୁସୁମଯୋଡି ପ୍ରାଥମିକ କୃଷିସମବାୟ ସମିତି ଠାରୁ ଆରମ୍ଭ କରି ଉପଖଣ୍ଡ ଯୋଗାଣ ଅଧିକାରୀ ଓ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ବାରମ୍ବାର ଜଣାଇଥିଲେ ବି ଫଳ ଶୂନ। ସେପଟେ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି କାର୍ଯ୍ଯାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।