ସଲମାନଙ୍କ ୟୁଟ୍ୟୁବ ଚ୍ୟାନେଲ
ବଲିଉଡ ଅଭିନେତା ସଲମାନ ଖାନ ଗତ ଶୁକ୍ରବାର ଦିନ ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି । ଅନ୍ୟ ଷ୍ଟାରଙ୍କ ଭଳି ସେ ମଧ୍ୟ ୟୁଟ୍ୟୁବରେ ଏଣ୍ଟ୍ରି ମାରିଛନ୍ତି । ପ୍ରଶଂସକଙ୍କୁ ବ୍ୟକ୍ତିଗତ, ବୃତ୍ତିଗତ ତଥା ପରଦା ପଛର ରୋଚକ ଭିଡିଓ ସେ ଏହି ଚ୍ୟାନେଲରେ ଦେଖାଇବେ ବୋଲି ମତ ରଖିଛନ୍ତି । ଚ୍ୟାନେଲ୍ ଲଞ୍ଚ ଅବସରରେ ଏକ ମଜାଦାର ଟିଜର ସେୟାର କରି ସେ ଇଂରାଜୀ ବର୍ଣ୍ଣମାଳା ପଢୁଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଏହି ଚ୍ୟାନେଲରେ କିଛି ସର୍ଟ୍ସ ଭିଡିଓ ଉପଲବ୍ଧ ଥିବାବେଳେ ଆଗକୁ ସେ ଲଙ୍ଗ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କୁ ତାଙ୍କ ଦୈନନ୍ଦିନ ଜୀବନ ସମ୍ପର୍କରେ ଜଣାଇବେ ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ସଲମାନ ରିଆଲିଟି ଶୋ' 'ବିଗ୍ ବସ୍ ୨୦' ହୋଷ୍ଟ କରୁଥିବାବେଳେ ଆଗାମୀ ଦିନରେ ଅପୂର୍ବ ଲଖିଆଙ୍କ ନିର୍ଦ୍ଦେଶିତ ଫିଲ୍ମ 'ମାତୃଭୂମି' ଏବଂ ବଂଶୀ ପାଇଡିପଲ୍ଲୀଙ୍କ ସହ ଆଗାମୀ ସିନେମା 'ମନଷ୍ଟର୍' ରେ ନଜର ଆସିବେ । ତେବେ ସଲମାନଙ୍କ ବ୍ୟତୀତ ଫରାହ ଖାନ, ଅକ୍ଷୟ କୁମାର, ସୋନାକ୍ଷୀ ସିହ୍ନା, ଆଲିଆ ଭଟ୍ଟ, କ୍ରୀତି ସାନନ୍ ଏବଂ ପରିଣୀତି ଚୋପ୍ରାଙ୍କ ଭଳି ଅନ୍ୟାନ୍ୟ ବଲିଉଡ୍ ତାରକାମାନଙ୍କର ମଧ୍ୟ ସେମାନଙ୍କର ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି । ଯାହା ମାଧ୍ୟମରେ ସେମାନେ ସେମାନଙ୍କର ଫିଟନେସ୍, ରୋଷେଇ, ବ୍ୟକ୍ତିଗତ ଜୀବନ ଏବଂ ଫିଲ୍ମ ସୁଟିଂ ସମ୍ପର୍କିତ ଭିଡିଓଗୁଡ଼ିକୁ ସେୟାର କରି ପ୍ରଶଂସକଙ୍କ ସହ ସିଧାସଳଖ ଯୋଡି ହୋଇଥାଆନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।