ସାଂଘାତିକ ଅଭିଯୋଗ ଆଣି ଅଧ୍ୟକ୍ଷଙ୍କ ବଦଳି ଦାବି କଲେ ୫୦୦ ଛାତ୍ରଛାତ୍ରୀ

Oct 10, 2026 - 19:42
ସାଂଘାତିକ ଅଭିଯୋଗ ଆଣି ଅଧ୍ୟକ୍ଷଙ୍କ ବଦଳି ଦାବି କଲେ ୫୦୦ ଛାତ୍ରଛାତ୍ରୀ

ବାଙ୍ଗିରିପୋଷି: ମୟୂରଭଞ୍ଜଜିଲ୍ଲା ବାଙ୍ଗରିପୋଷି ବ୍ଲକର ଶ୍ୟାମସୁନ୍ଦରପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ ସୁଜିତ ନାଏକ ଯୌନ ଉତ୍ପୀଡ଼ନ କରିଥିବା ନେଇ ଅଭିଯୋଗ ଆସିଛି। ଦୀର୍ଘ ଦିନର ବିଭିନ୍ନ ଅବ୍ୟବସ୍ଥା, ସମସ୍ୟା ଏବଂ ଏହାର ସମାଧାନ ନେଇ ଅଧ୍ୟକ୍ଷ କର୍ଣ୍ଣପାତ କରୁନଥିବାରୁ ବାଧ୍ୟହୋଇ ଦଶ କିଲୋମିଟର ଚାଲିଚାଲି ଆସି ୪୯ ନମ୍ବର ଜାତୀୟ ରାଜପଥର କଲିକତା ଛକରେ ଶତାଧିକ ଛାତ୍ରଛାତ୍ରୀ ଅବରୋଧ କରିଛନ୍ତି।

ପାଞ୍ଚଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ଲା କାର୍ଡ ଧରି ଅଧ୍ୟକ୍ଷଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ସମୋନେ ଦାବି କରିଛନ୍ତି। ଖବର ପାଇ ବାଙ୍ଗରିପୋଷି ବିଧାୟିକା ସଞ୍ଜଲି ମୁର୍ମୁ, ପୂର୍ବତ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରମାନନ୍ଦ ଖଣ୍ଡେଇ, ଏସଡିପିଓ ପ୍ରଭାତ ମଲ୍ଲିକ, ଥାନା ଅଧିକାରୀ ପଞ୍ଚାନନ ମହାନ୍ତି, ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।