ସୁନା ଦୋକାନରୁ ଲୁଟ , ୩ ମହିଳା ଲୁଟେରା ଗିରଫ

Aug 21, 2026 - 12:37
ସୁନା ଦୋକାନରୁ ଲୁଟ , ୩ ମହିଳା ଲୁଟେରା ଗିରଫ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଗହଣା ଦୋକାନରୁ ଲୁଟ ବେଳେ ସିସିଟିଭି ଫୁଟେଜ ଆଧାରରେ ଗିରଫ କରିଛି କମିଶନରେଟ ପୋଲିସ । ଗହଳି ର ସୁଯୋଗ ନେଇ ସିସିଟିଭି ଆଢୁଆଳରେ ଲୁଟ କରୁଥିଲେ ମହିଳା ଲୁଟେରା । ଚନ୍ଦ୍ରଶେଖର ମାରୁତି ଜୁଏଲାରୀରୁ ଗହଣା ଲୁଟ୍ ପରେ ତଦନ୍ତ କରି ତିନି ଜଣ ମହିଳାଙ୍କୁ ଗିରଫ କରାଯାଇଛି  । ସାମ୍ନାକୁ ଆସିଛି ମହିଳାଙ୍କ ଲୁଟ୍ ସମୟର ସିସିଟିଭି । ମଙ୍ଗଳସୁତ୍ର ଦେଖିବା ଆଳରେ ଗହଣା ଲୁଟି ଅଣ୍ଟାରେ ଲୁଚାଇ ଖସି ପଳାଇଥିଲେ ମହିଳା ଗ୍ୟାଙ୍ଗ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।