ସୁନାରେ ସଜାଯାଇଥିବା ମିଠା

Aug 18, 2026 - 16:16
ସୁନାରେ ସଜାଯାଇଥିବା ମିଠା

 

ଜୟପୁରର ତ୍ୟୋହାର ସ୍ୱିଟ୍ସପକ୍ଷରୁ ତିଜ୍ ପର୍ବ ନିମନ୍ତେ ପ୍ରସ୍ତୁତ ସ୍ୱର୍ଣ୍ଣ ଶୃଙ୍ଗାରନାମକ ଏକ ସ୍ୱତନ୍ତ୍ର ଘେବର ବର୍ତ୍ତମାନ ତାହାର ଆକର୍ଷଣୀୟ ମୂଲ୍ୟ ଓ ଉପାଦାନ ପାଇଁ ଚର୍ଚ୍ଚାରେ ରହିଛି । ଏହାକୁ ୨୪ କ୍ୟାରେଟ୍ ଖାଇବା ଉପଯୋଗୀ ସୁନା, ଇରାନୀ କେଶର, ଗୋଲ୍ଡେନ୍ ୱର୍କ ଏବଂ ପିସ୍ତା, କାଜୁ, ବାଦାମ ଭଳି ପ୍ରିମିୟମ୍ ଡ୍ରାଇ ଫ୍ରୁଟ୍ସରେ ସଜାଯାଇଥିଲା । ଏହି ଘେବରର ଗୋଟିଏ ପିସ୍ର ଓଜନ ପ୍ରାୟ ୩୮୦ ରୁ ୪୦୦ ଗ୍ରାମ୍ ହୋଇଥିବା ବେଳେ ଏହାର ମୂଲ୍ୟ ୨୧ ହଜାର ଟଙ୍କା (କିଲୋପ୍ରତି ୫୧ ହଜାର ଟଙ୍କା) ରଖାଯାଇଛି । ଦୋକାନର ମାଲିକାଣୀ ଅଞ୍ଜଳି ଜୈନଙ୍କ ଅନୁସାରେ, ଲଞ୍ଚ୍ ହେବାର ମାତ୍ର ଗୋଟିଏ ଦିନ ମଧ୍ୟରେ ଏହାର ଦୁଇଟି ପିସ୍ ବିକ୍ରି ହୋଇସାରିଥିବା ବେଳେ ଏବେ ଜୟପୁର ବାହାରେ ଥିବା ଗ୍ରାହକଙ୍କ ପାଖକୁ ମଧ୍ୟ ଏହାକୁ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଚାଲିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।