ସୌରଭ-ରାଙ୍କାଙ୍କୁ ଜାମିନ୍‌ ପରେ ମୁହଁ ଖୋଲିଲେ ଦୀପକେ, “ମୋ ଭାଇ…”

Oct 21, 2026 - 19:42
ସୌରଭ-ରାଙ୍କାଙ୍କୁ ଜାମିନ୍‌ ପରେ ମୁହଁ ଖୋଲିଲେ ଦୀପକେ, “ମୋ ଭାଇ…”

ନୂଆଦିଲ୍ଲୀ, ୨୧।୧୦: CJP ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ SEM କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କୋର୍ଟ ସେମାନଙ୍କୁ ଜାମିନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁହେଁ ଦିଲ୍ଲୀର ତିହାର ଜେଲରେ ୭ ଦିନ ରହିଥିଲେ । ଏହା ଉପରେ ପ୍ରତିକ୍ରିୟା ଦେଇ ଅଭିଜିତ ଦୀପକେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ବଲିଉଡ ଚଳଚ୍ଚିତ୍ର ‘ଚକ୍ ଦେ ଇଣ୍ଡିଆ’ର ଏକ ଦୃଶ୍ୟ ରହିଛି, ଯେଉଁଥିରେ ଶାହରୁଖ ଖାନ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ସେ ଇନଷ୍ଟାଗ୍ରାମରେ ମଧ୍ୟ ଏକ ପୋଷ୍ଟ କରିଛନ୍ତି । ସେଥିରେ ଲେଖିଛନ୍ତି, “ମୋ ଭାଇମାନେ ବର୍ତ୍ତମାନ ମୁକ୍ତ ହୋଇଛନ୍ତି ।”

୧୩ ଅକ୍ଟୋବରରେ ଅଶୁତୋଷ ଏବଂ ସୌରଭଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଉଭୟ ଜନ୍ତରମନ୍ତରରେ ବ୍ୟାରିକେଡ୍ ଡେଇଁବା ଏବଂ ପ୍ରତିବନ୍ଧିତ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଅକ୍ଟୋବର ୧୪ରେ, କୋର୍ଟ ଉଭୟଙ୍କୁ ପାଞ୍ଚ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଅକ୍ଟୋବର ୧୯ ରେ ତାଙ୍କ ହେପାଜତକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଥିଲା। ତାଙ୍କର ନ୍ୟାୟିକ ହେପାଜତ ବୁଧବାର ଅର୍ଥାତ୍ ଆଜି ଶେଷ ହୋଇଥିଲା। ଏସଏମ କୋର୍ଟ ଅଶୁତୋଷ ଏବଂ ସୌରଭଙ୍କ ମାମଲାର ଶୁଣାଣି କରି ଉଭୟଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟଙ୍କ ରିଲିଜ୍ ଆଦେଶ ମଧ୍ୟ ଜାରି କରାଯାଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।