ସ୍କୁଲରେ ତାଲା ପକାଇଲେ ଅଭିଭାବକ

Aug 24, 2026 - 14:44
ସ୍କୁଲରେ ତାଲା ପକାଇଲେ ଅଭିଭାବକ

ନନ୍ଦିଘୋଷ ବ୍ୟୁରୋ : ଶିକ୍ଷକ ଅଭାବକୁ ନେଇ ବଡ଼ମ୍ବାରେ ତୀବ୍ର ଅସନ୍ତୋଷ। ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମ୍ୟ କମିଟି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନଥିବାରୁ ଶେଷରେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା ଅଭିଭାବକମାନେ କହିଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ କରି ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି ସେମାନେ।

କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଭଟ୍ଟାରିକା ନୋଡାଲ୍ ବିଦ୍ୟାପୀଠରେ ଏହି ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ କରାଯାଇଛି। ଶିକ୍ଷକ ନିଯୁକ୍ତି ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।