ସ୍ତ୍ରୀକୁ ପିଟିପିଟି ହତ୍ୟା, ପରେ ଜୀବନ ହାରିଲା ସ୍ୱାମୀ

Sep 20, 2026 - 16:10
ସ୍ତ୍ରୀକୁ ପିଟିପିଟି ହତ୍ୟା, ପରେ ଜୀବନ ହାରିଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହରୁ ଭୟଙ୍କର ହତ୍ୟାକାଣ୍ଡ। ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଘଟଣା ଘଟିଛି ପରଜଙ୍ଗ ଥାନା ଦଦରାଘାଟି ୩ ନମ୍ବର କଲୋନୀରେ। ମୃତକ ହେଲେ ରଶ୍ମିତା ନାଏକ ଓ ତାଙ୍କ ସ୍ୱାମୀ ମିଥୁନ ନାଏକ। ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣକୁ ନେଇ ରଶ୍ମିତା ଓ ମିଥୁନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମିଥୁନ ରଶ୍ମିତାଙ୍କୁ ଏକ ଘର ଭିତରେ ବନ୍ଦ କରି ବାଡ଼ିରେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ରଶ୍ମିତାଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ମିଥୁନ ଘର ସମ୍ମୁଖରେ ଥିବା ଏକ ଆମ୍ବଗଛରେ ଓଢ଼ଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।