କପିଳାସରେ ପର୍ଯ୍ୟଟକଙ୍କୁ ଦାଦାଗିରି, ଯୁବକ-ଯୁବତୀଙ୍କୁ ମାଡ଼ ଓ ଅଶୋଭନୀୟ ବ୍ୟବହାର ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ପର୍ଯ୍ୟଟନସ୍ଥଳୀରେ ଦାଦାଗିରି। ଢେଙ୍କାନାଳ କପିଳାସକୁ ବୁଲିବାକୁ ଆସିଥିବା ଜଣେ ଯୁବକ ଓ ଯୁବତୀଙ୍କୁ ରାସ୍ତାରେ ଅଟକାଇ କିଛି ସ୍ଥାନୀୟ ଯୁବକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହ ଯୁବତୀଙ୍କ ସହ ଅଶୋଭନୀୟ ବ୍ୟବହାର କରିବା ଏବଂ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡ କରି ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଦୁଇ ଯୁବକ-ଯୁବତୀ କପିଳାସକୁ ବୁଲିବାକୁ ଯାଇଥିଲେ। ରାସ୍ତାରେ କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ଯୁବତୀଙ୍କ ସହ ଅଶୋଭନୀୟ ଆଚରଣ କରି ଘଟଣାର ଭିଡିଓ ରେକର୍ଡ କରାଯାଇଥିବା ଅଭିଯୋଗ ରହିଛି। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ନଥିବା ଜଣାପଡ଼ିଛି। ଭିଡିଓ ଭାଇରାଲ ପରେ ଘଟଣାରେ ତୁରନ୍ତ ତଦନ୍ତ କରି ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଏହି ଘଟଣା ପରେ କପିଳାସରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।