ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି

Oct 31, 2026 - 11:19
ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ ଶନିବାରକୁ ଅବପାତ ରୂପ ନେଇପାରେ । ବାତ୍ୟା 'ଅର୍ଣ୍ଣବ' ଦୁର୍ବଳ ହେବା ପରେ, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର । ଏହି ସିଷ୍ଟମ୍ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଶକ୍ତିଶାଳୀ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହା ଆଗାମୀ ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ଅଛି ।ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି ।

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ କେଉଁ ଦିଗକୁ ଗତି କରିବ ଏବଂ ଏହାର ତୀବ୍ରତା କିପରି ରହିବ, ତାହା ଗୁରୁତ୍ୱପୂର୍ଣ୍ଣ ହେବ । ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପାଣିପାଗ ବିଭାଗ ଲଗାତାର ନଜର ରଖିଛି । ଏହାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପରବର୍ତ୍ତୀ ପାଣିପାଗ ବୁଲେଟିନ୍‌ରୁ ଅଧିକ ସ୍ପଷ୍ଟତା ମିଳିପାରିବ । ବିଶେଷକରି ଓଡ଼ିଶାରେ ବର୍ଷା କିମ୍ବା ଅନ୍ୟ କୌଣସି ପାଣିପାଗ ପରିବର୍ତ୍ତନର ସମ୍ଭାବନା ଅଛି କି ନାହିଁ ତାହା ପାଣିପାଗ ବିଭାଗର ଆଗାମୀ ସୂଚନା ଆସିବା ପରେ ଜଣାପଡ଼ିବ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।