ସ୍ବରାଙ୍କ ସ୍ପଷ୍ଟୀକରଣ
ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବତ’ର ଜୌହର ଦୃଶ୍ୟକୁ ନେଇ ନିଜର ପୁରୁଣା ମନ୍ତବ୍ୟ ଉପରେ ପୁଣି ଥରେ ମୁହଁ ଖୋଲିଛନ୍ତି । ଯାହାକୁ ନେଇ ମନୋରଞ୍ଜନ ଓ ରାଜନୈତିକ ମହଲରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଏକ ସାକ୍ଷାତକାରରେ ସ୍ୱରା ଏହି ବିବାଦକୁ ଗୋଟିଏ "ପ୍ରାୟୋଜିତ" ମୁଦ୍ଦା ବୋଲି ଅଭିହିତ କରିବା ସହ ରାଜନୈତିକ ଆଇଟି ସେଲ୍ଗୁଡ଼ିକ ନିଜର ଏଜେଣ୍ଡା ସାଧନ ପାଇଁ ତାଙ୍କୁ ବାରମ୍ବାର ନିଶାନା କରୁଥିବା ମତ ଦେଇଛନ୍ତି । କିଛି ଲୋକ ତାଙ୍କ ନାମ ବ୍ୟବହାର କରି ନିଜର ଜୀବିକା ନିର୍ବାହ କରୁଛନ୍ତି ବୋଲି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ, ରିଆଲିଟି ଶୋ' 'ରାଇଜ୍ ଆଣ୍ଡ୍ ଫଲ୍-୨'ରେ ଅଂଶଗ୍ରହଣ କରିଥିବା ସ୍ୱରାଙ୍କ ଏହି ମନ୍ତବ୍ୟକୁ ନେଇ କଣ୍ଟେଷ୍ଟାଣ୍ଟ ଶେହଜାଦ ପୁନାୱାଲା ଓ ସିବେତ ତୋମାରଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଥିଲା । ତେବେ ସେ କଦାପି ଜୌହର ବ୍ରତ ପାଳନ କରିଥିବା ରାଜପୁତ ମହିଳାମାନଙ୍କୁ କାପୁରୁଷ କହିନାହାନ୍ତି, ବରଂ ସେ ନିଜେ ଜଣେ ଦୁଷ୍କର୍ମ ପୀଡ଼ିତା ହୋଇଥିଲେ ଏପରି ଗ୍ଲୋରିଫିକେସନ୍ ଦେଖି ନିଜକୁ କାପୁରୁଷ ଅନୁଭବ କରିଥାନ୍ତେ ବୋଲି ସ୍ବରା ସ୍ପଷ୍ଟୀକରଣ ଦେଇଛନ୍ତି । ଯଦିଓ ସୋସିଆଲ ମିଡିଆରେ ତାଙ୍କର ଏହି ବକ୍ତବ୍ୟକୁ ଐତିହାସିକ ବଳିଦାନର ଅପମାନ ଭାବେ ଚିତ୍ରିତ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।