ସମୁଦ୍ର ବୁଢିଆଣୀର ନୂଆ ପ୍ରଜାତି ଠାବ
କାନାଡା ଜଳଭାଗରେ ବୈଜ୍ଞାନିକମାନେ ତିନୋଟି ଓଠ ଥିବା ଏକ ବିରଳ ସାମୁଦ୍ରିକ ଜୀବର ଆବିଷ୍କାର କରିଛନ୍ତି, ଯାହାକି ପ୍ରକୃତରେ ସମୁଦ୍ର ବୁଢିଆଣୀର ଏକ ନୂତନ ପ୍ରଜାତି । 'କାଲିପାଲେନ୍ ପିଲୋସସ୍ପେଡିସ୍' ନାମରେ ନାମିତ ଏହି ପ୍ରଜାତିର ଲାଲ୍ ଆଖି, ତ୍ରିଭୁଜାକୃତି ପାଟି, ତିନୋଟି ସ୍ପଷ୍ଟ ଓଠ ଏବଂ ଗୋଡ଼ରେ ଲମ୍ବା ତଥା ବଙ୍କା କଣ୍ଟା ପରି ଗଠନ ରହିଛି । ଯାହା ପାଇଁ ଏହାର ନାମରେ 'ପିଲୋସସ୍' (ଲୋମଶ) ଓ 'ପେଡିସ୍' (ପାଦ) ଶବ୍ଦ ଯୋଡ଼ାଯାଇଛି । ଏହି ଜୀବର କିଛି ଗୋଡ଼ ଭଳି ଅଙ୍ଗ ଚାଲିବା ପରିବର୍ତ୍ତେ ଅନ୍ୟ ଗୋଡ଼ଗୁଡ଼ିକୁ ସଫା କରିବାରେ ବ୍ୟବହୃତ ହୋଇଥାଏ । ଏହା ବ୍ୟତୀତ ବୈଜ୍ଞାନିକମାନେ କାନାଡାର ସାଲିଶ୍ ସମୁଦ୍ରରେ ଘଣ୍ଟି ଆକୃତିର ପେଟ ଏବଂ ଶରୀରରେ କ୍ଷୁଦ୍ର ପରଜୀବୀ ଥିବା ଅନ୍ୟ ଏକ ସମୁଦ୍ର ବୁଢିଆଣୀ ପ୍ରଜାତି ମଧ୍ୟ ଆବିଷ୍କାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଏଗୁଡ଼ିକୁ "ସମୁଦ୍ର ବୁଢୀଆଣୀ" କୁହାଯାଉଥିଲେ ବି ଏଗୁଡ଼ିକ ପ୍ରକୃତ ବୁଢିଆଣୀ ନୁହନ୍ତି, ବରଂ ସ୍ଥଳଭାଗର ବୁଢିଆଣୀ, ବିଛା ଭଳି ପ୍ରଜାତି ସହ ଏମାନଙ୍କର ସାମଞ୍ଜସ୍ୟ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।