ହକି ବିଶ୍ବକପ ୨୦୩୦ ; ଆୟୋଜନ ଦୌଡ଼ରେ ଓଡ଼ିଶା, ପଞ୍ଜାବ ଓ ତାମିଲନାଡୁ

Oct 31, 2026 - 16:42

ଜଳନ୍ଧର: ଏଫଆଇଏଚ୍‌ ହକି ବିଶ୍ବକପ-୨୦୩୦ ଆୟୋଜନ ନେଇ ଭାରତକୁ ଅଧିକାର ମିଳିଛି। ଉକ୍ତ ବିଶ୍ବକପ ଆୟୋଜନ ଦୌଡ଼ରେ ଓଡ଼ିଶା ସମେତ ତାମିଲନାଡୁ ଓ ପଞ୍ଜାବ ରହିଛନ୍ତି। ଏ ନେଇ ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତି। ପଞ୍ଜାବର ଜଳନ୍ଧର ଓ ମୋହାଲିରେ ଚାଲିଥିବା​‌ ଏସିଆନ ପୁୁରୁଷ ଚମ୍ପିଆନ୍‌ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ ଅବସରରେ ହକି ଇଣ୍ଡିଆ ସମ୍ପାଦକ ଶ୍ରୀ ସିଂହ କହିଛନ୍ତି ଯେ, ଭାରତକୁ ୨୦୩୦ ପୁରୁଷ ଓ ମହିଳା ହକି ବିଶ୍ବକପର ଆୟୋଜନ ନେଇ ଏଫଆଇଏଚ୍‌ ପକ୍ଷରୁ ଅଧିକାର ମିଳିଛି। ଉକ୍ତ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ୩ଟି ସ୍ଥାନ ଓଡ଼ିଶା, ପଞ୍ଜାବ ଓ ତାମିଲନାଡୁ ଆଗରେ ରହିଛନ୍ତି। ଏଥି ମଧ୍ୟରୁ ଓଡ଼ିଶା ପ୍ରଥମ ପସନ୍ଦର ଭେନ୍ୟୁ ରହିଛି। ପୂର୍ବରୁ ଓଡ଼ିଶାରେ ୨୦୧୮ରେ ଭୁବନେଶ୍ବର ଓ ୨୦୨୩ରେ ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ ସଫଳତାର ସହ ଆୟୋଜିତ ହୋଇଥିଲା। ଯଦି ଓଡ଼ିଶାକୁ ଉକ୍ତ ଟୁର୍ଣ୍ଣାମେଣ୍ଟ ଆୟୋଜନ ଅଧିକାର ମିଳେ ତେବେ ରାଜ୍ୟପାଇଁ ଆଉ ଏକ ବଡ଼ ସଫଳତା ହେବ। ସେହିପରି ତାମିଲନାଡୁର ଚେନ୍ନଇ ଓ ମଦୁରାଇରେ ଗତବର୍ଷ ଜୁନିୟର ପୁୁରୁଷ ହକି ବିଶ୍ବକପ ସଫଳତାର ସହ ଆୟୋଜିତ ହୋଇଥିଲା। ଅନ୍ୟପକ୍ଷରେ ପଞ୍ଜାବ ଏପର୍ଯ୍ୟନ୍ତ କୌଣସି ବଡ଼ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିନାହିଁ। ବର୍ତ୍ତମାନ ପଞ୍ଜାବରେ ପୁରୁଷ ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି ପ୍ରତିଯୋଗିତା ଆୟୋଜିତ ହେଉଛି। ଦୀର୍ଘ ୧୭ ବର୍ଷ ପରେ ପଞ୍ଜାବକୁ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଫେରିଛି ବୋଲି ଭୋଳାନାଥ କହିଛନ୍ତି। ଦେଶର କୋଣ ଅନୁକୋଣରେ ହକିକୁ ପହଞ୍ଚାଇବା ନେଇ ହକି ଇଣ୍ଡିଆ କାର୍ଯ୍ୟ କରୁଛି। ଏ ନେଇ ଏକାଧିକ ହକି ବିଶ୍ବକପ ଆୟୋଜନ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ଶ୍ରୀ ସିଂହ କହିଛନ୍ତି।

୧୨ ବର୍ଷପରେ.. ଆଜି ବୃହସ୍ପତି ଚଳନ; ପୁଣି ଶନିଙ୍କ ସହ ଖାସ୍ ସଂଯୋଗ, ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, କିଏ ହେବ ଧନୀ, କାହାର ଖୋଲିବ ଭାଗ୍ୟ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।