ହକି ବିଶ୍ୱକପ୍ରେ ଆଜି ଭାରତ-ଇଂଲଣ୍ଡ ମହାମୁକାବିଲା, ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଆଜି ହକି ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତୀୟ ପୁରୁଷ ଦଳ ଇଂଲଣ୍ଡକୁ ଭେଟିବ । ଆମଷ୍ଟେଲଭିନ୍ର ୱାଗେନର ହକି ଷ୍ଟାଡିୟମ୍ ପୁଲ୍ ଡିର ଏହି ମ୍ୟାଚ୍ ଖେଳାଯିବ। ୱେଲ୍ସ ବିପକ୍ଷରେ 3-1 ଗୋଲରେ ବିଜୟ ସହିତ ନିଜର ଅଭିଯାନ ଆରମ୍ଭ କରିବା ପରେ, ଭାରତ ଇଂଲଣ୍ଡ ଦଳକୁ ଭେଟିବ । ଇଂଲଣ୍ଡ ପ୍ରଥମ ଲିଗ୍ ମ୍ୟାଚରେ ପାକିସ୍ତାନକୁ 4-1 ଗୋଲରେ ପରାସ୍ତ କରି ଏକ ଦୃଢ଼ ଲକ୍ଷ୍ୟରେ ବିଶ୍ୱକପ୍ ଯାତ୍ରା ଆରମ୍ଭ କରିଛି । ୱେଲ୍ସ ବିପକ୍ଷରେ ଭାରତର ବିଜୟ ପରେ ଦଳ ତାର ପେନାଲ୍ଟି କର୍ଣ୍ଣର ସୁଯୋଗର ସର୍ବାଧିକ ଉପଯୋଗ କରିଥିଲା, ତିନୋଟି ଗୋଲ ସେଟ୍ ପିସ୍ ରୁ ଆସିଥିଲା। ଅଧିନାୟକ ହରମନପ୍ରୀତ ସିଂହ ଚମତ୍କାର ପ୍ରଦର୍ଶନ କରିଥିଲେ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଲିଗ୍ ଷ୍ଟେଜ ରେ ଅପରାଜୟ ରହିବାକୁ ଚେଷ୍ଟା କରିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।