ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

Aug 26, 2026 - 11:02
ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ ୧୬ ଜଣ ଶିଶୁ ଥିଲେ। ଏଥିରୁ ଡାକ୍ତରମାନେ କେବଳ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ।

ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ମୁଖପାତ୍ର ଡକ୍ଟର ଅନିଜା ଜଲିଲ କହିଛନ୍ତି ଯେ, ନିଆଁ ସର୍ଟ ସର୍କିଟ ଯୋଗୁ ସକାଳ ୭:୦୦ ଟା ସମୟରେ ଲାଗିଥିଲା। ଯଦିଓ ନିଆଁ ଲିଭାଇ ଦିଆଯାଇଛି, କିନ୍ତୁ କୁଲିଂ ଡାଉନ ପ୍ରକ୍ରିୟାରେ କିଛି ସମୟ ଲାଗିବ। ସତର୍କ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ, ଉଦ୍ଧାର କାର୍ଯ୍ୟରେ ୬ଟି ଦମକଳ ବାହିନୀ ଏବଂ ୪ଟି ଆମ୍ବୁଲାନ୍ସ ସାମିଲ ଥିଲେ। ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡେପୁଟି କମିଶନରଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରାଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।