ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…
ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା ଜିଲା ସଭାପତି ଶୁକଦେବ ମହାନ୍ତ ଓ ଜିଲା ମହିଳା ମୋର୍ଚ୍ଚା ସଭାପତି ଚପଳା ମହାକୁଡ଼ ମିଳିତ ଭାବେ ଦୀପ୍ତିମୟୀଙ୍କ ନାମ ଘୋଷଣା କରିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ଦୀପ୍ତିମୟୀ ପୂର୍ବରୁ ଦଳର ବିଭିନ୍ନ ସାଙ୍ଗଠନିକ ପଦପଦବୀରେ ରହି ସଫଳତାର ସହ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ନୂତନ ଦାୟିତ୍ୱ ମିଳିବା ପରେ ସେ ଜିଲାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ମହିଳାମାନଙ୍କ ହକ୍ ଓ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।
ଏହି ନୂତନ ନିଯୁକ୍ତି ପରେ BJP ନେତା ଆଲୋକ ସେଠୀ, ଜିଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ସୁନୀଲ ନାୟକ, ସୁଶାନ୍ତ ଜେନା, ଶଶିକାନ୍ତ ରାଉତଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି ଓ ନେତୃବୃନ୍ଦ ଦୀପ୍ତିମୟୀଙ୍କୁ ଗଭୀର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।