ହାଲୋଓ୍ବିନ୍ରେ ହିଂସା: ୨୪ ମୃତ
ଓ୍ବାଶିଂଟନ, ୩ା୧୧: ହାଲୋଓ୍ବିନ ସପ୍ତାହନ୍ତରେ ସମଗ୍ର ଆମେରିକାରେ ବିଭିନ୍ନ ସ୍ଥାନରେ ଅନେକ ଗୁଳିକାଣ୍ଡରେ ୨୪ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୦୦ଜଣ ଆହତ ହୋଇଛନ୍ତି। ଏହି ହିଂସା କାଲିଫର୍ନିଆରୁ ଡେଲାଓ୍ବେର ପର୍ଯ୍ୟନ୍ତ ବ୍ୟାପିଥିଲା, ଯେଉଁଥିରେ ବିଶ୍ୱବିଦ୍ୟାଳୟି କ୍ୟାମ୍ପସ ଏବଂ ନାଇଟ୍ଲାଇଫ୍ ଅଞ୍ଚଳ ନିକଟରେ ଅନେକ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଡଲାସର ଦୀପ୍ ଏଲମ୍ ଅଞ୍ଚଳରେ ୩ଟି ପୃଥକ ଗୁଳିକାଣ୍ଡରେ ଅନ୍ତତଃ ୪ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଆହତ ହୋଇଛନ୍ତି। ଆଲବାମାର ବର୍ମିଂହାମଠାରେ ବାର୍ଷିକ ‘ମ୍ୟାଜିକ୍ ସିଟି କ୍ଲାସିକ୍’ ପରେ ଲେଜିଅନ ଫିଲ୍ଡ ବାହାରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଆହତ ହୋଇଛନ୍ତି। ଫେୟାରଫିଲ୍ଡରେ ଏକ ହାଲୋଓ୍ବିନ ଷ୍ଟୋରରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଗର୍ଭବତୀ ମହିଳା ପ୍ରାଣ ହରାଇଥିବାବେଳେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ଡେଲାଓ୍ବେରରେ ମାତ୍ର ୧ ଘଣ୍ଟାରୁ ଅଳ୍ପ କିଛି ସମୟ ମଧ୍ୟରେ ସାମୂହିକ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୩ଜଣଙ୍କ ମୃତ୍ୟୁ ଏବଂ ୯୨ଜଣ ଆହତ ହୋଇଥିବା ଜଣାପଡ଼ିଥିଲା। ପରେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଦେଶବ୍ୟାପୀ ଅନ୍ତତଃ ୨୪ଜଣ ମୃତ ଏବଂ ୯୪ଜଣ ଆହତ ହୋଇଥିବା ଦର୍ଶାଯାଇଥିଲା। ନର୍ଥଇଷ୍ଟର୍ନ ବିଶ୍ୱବିଦ୍ୟାଳୟର ଅପରାଧ ବିଜ୍ଞାନ ଜେମ୍ସ ଆଲାନ ଫକ୍ସଙ୍କ ଦ୍ୱାରା ୨୦୦୫ରୁ ୨୦୦୯ ମଧ୍ୟରେ ବୋଷ୍ଟନର ଏଫ୍ବିଆଇ ଘଟଣା ସମ୍ପର୍କିତ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ହାଲୋଓ୍ବିନ ବର୍ଷର ସବୁଠାରୁ ହିଂସାମତ୍କ ଦିନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ଳେଷଣରେ ଅକ୍ଟୋବର ୩୧ ହିଂସାମତ୍କ ଘଟଣା ୩ୟ ସ୍ଥାନରେ ରହିଛି। ଏହା ଆଗକୁ ଜୁଲାଇ ୪ ଏବଂ ଜାନୁଆରୀ ୧ ହିଂସାକାଣ୍ଡ ରହିଛି। ନାବାଳକଙ୍କ ପାଇଁ ଏହା ବର୍ଷର ସବୁଠାରୁ ବିପଦ୍ଦଜନକ ଦିନ ବୋଲି ଫକ୍ସ କହିଛନ୍ତି। ବଡ଼ଶ୍ଧରଣର ସମାବେଶ, ମଦ୍ୟପାନ, ନିଶାଦ୍ରବ୍ୟ ବ୍ୟବହାର ଏବଂ ବନ୍ଧୁକର ସହଜ ଉପଲବ୍ଧତା ହିଂସାର ଆଶଙ୍କାକୁ ବଢ଼ାଇପାରେ। ମାତ୍ର ବାର୍, ରାସ୍ତା, ପାକିର୍ଂ ଲଟ୍ ଏବଂ ବ୍ୟକ୍ତିଗତ ପାର୍ଟିଗୁଡ଼ିକରେ ଗୁଳିକାଣ୍ଡ ରୋକିବା ଏବେ ବି କଷ୍ଟକର ହୋଇ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।