ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର
ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି । ଚଳିତ ରୁତୁରେ ଦ୍ବିତୀୟବାର ଜଳଭଣ୍ଡାରର ଜଳସ୍ତର ଏହାର ସର୍ବୋଚ୍ଚ ଜଳଧାଣ କ୍ଷମତା ୬୩୦ ଫୁଟ୍ ସ୍ପର୍ଶ କରିଛି । ଶୁକ୍ରବାର ସକାଳ ସାଢ଼େ ୬ଟାରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ରହିଛି ।
ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୭୨,୯୦୫୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ୫୩,୦୦୦ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେଥିମଧ୍ଯରୁ ବାମ ପାର୍ଶ୍ଵର ଗୋଟିଏ ସ୍ଲୁଇସ୍ ଗେଟ୍ ଜରିଆରେ ୧୬,୪୩୯ ଘନଫୁଟ, ପାୱାର ଚ୍ୟାନେଲରେ ୩୧,୭୯୯, ବରଗଡ଼ କେନାଲରେ ୩,୯୩୬ ଘନଫୁଟ, ଶାସନ କେନାଲରେ ୫୦୦ ତଥା ସମ୍ବଲପୁଲ କେନାଲରେ ୧୦୫ ଘନଫୁଟ ଏବଂ ଶିଳ୍ପଭିଭିକ ବ୍ୟବହାର ପାଇଁ ୨୨୧ ଘନଫୁଟ ଜଳ ନିଷ୍କାସନ ହେଉଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।