୧୧ ସେପ୍ଟେମ୍ବର ତୁଳା ସମେତ ୪ ରାଶିଙ୍କ ପାଇଁ ହେବ ସ୍ବତନ୍ତ୍ର: ଘଟିବ ଏଭଳି ଯାହା କେବେ ଭାବିନଥିଲେ…
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬, ଅର୍ଥାତ୍ କୁଶାଗ୍ରହଣୀ ଅମାବାସ୍ୟା ଦିନ ଶୁକ୍ର ଗ୍ରହ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଦେବ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ଏହି ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ କିଛି ରାଶିର ଜାତକଙ୍କ ପାଇଁ ଶୁଭ ହୋଇପାରେ। ଜ୍ୟୋତିଷୀୟ ମତ ଅନୁସାରେ, ଏହି ସମୟରେ କିଛି ରାଶିର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଅଟକି ରହିଥିବା କାମ ପୂରା ହେବାର ଯୋଗ ରହିଛି। ତେବେ କେଉଁ ରାଶିକୁ ମିଳିପାରେ ଅଧିକ ଲାଭ, ଆସନ୍ତୁ ଜାଣିବା।
ବୃଷ ରାଶି ପାଇଁ ଶୁକ୍ରଙ୍କ ଏହି ନକ୍ଷତ୍ର ଗୋଚର ଶୁଭ ରହିପାରେ। ଜାତକମାନେ ନିଜ ପରିଶ୍ରମର ପୂର୍ଣ୍ଣ ଫଳ ପାଇବାର ସମ୍ଭାବନା ରହିଛି। ଦୀର୍ଘ ସମୟ ଧରି ଅଟକି ରହିଥିବା କାମ ପୂରା ହୋଇପାରେ। ଆୟର ଏକାଧିକ ଉତ୍ସ ସୃଷ୍ଟି ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ। ଚାକିରି କ୍ଷେତ୍ରରେ କାମର ପ୍ରଶଂସା ମିଳିବା ସହ ପଦୋନ୍ନତିର ଯୋଗ ମଧ୍ୟ ରହିଛି।
ମିଥୁନ ରାଶି ପାଇଁ ମଧ୍ୟ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଲାଭଦାୟକ ହୋଇପାରେ। ଅଚାନକ ଧନଲାଭର ସୁଯୋଗ ମିଳିପାରେ। ନିବେଶରୁ ଭଲ ରିଟର୍ନ ପାଇବାର ଯୋଗ ରହିଛି। ଅଟକିଥିବା କାମ ପୁଣି ଗତି ଧରିପାରେ। ଘର କିମ୍ବା ଗାଡ଼ି କିଣିବାର ଇଚ୍ଛା ପୂରଣ ହୋଇପାରେ। ଅବିବାହିତ ଜାତକଙ୍କ ପାଇଁ ନୂଆ ସମ୍ପର୍କ ଆସିବାର ସମ୍ଭାବନା ରହିଛି।
୧୧ ସେପ୍ଟେମ୍ବରରୁ ତୁଳା ରାଶି ଜାତକଙ୍କ ଭାଗ୍ୟ ଚମକିପାରେ ବୋଲି ଜ୍ୟୋତିଷୀୟ ଆକଳନ ରହିଛି। ଆତ୍ମବିଶ୍ୱାସ ବଢ଼ିବ। ପୁରୁଣା ନିବେଶରୁ ଭଲ ଲାଭ ମିଳିପାରେ ଏବଂ ଋଣରୁ ମୁକ୍ତି ପାଇବାର ଯୋଗ ରହିଛି। କଳା, ମିଡିଆ, ଫ୍ୟାଶନ, ଡିଜାଇନିଂ ଓ ଗ୍ଲାମର ଇଣ୍ଡଷ୍ଟ୍ରି ସହ ଜଡ଼ିତ ଲୋକଙ୍କୁ ବଡ଼ ସଫଳତା ମିଳିପାରେ। ବ୍ୟବସାୟୀଙ୍କୁ ନୂଆ ପ୍ରୋଜେକ୍ଟ ମିଳିବା ସହ ଦାମ୍ପତ୍ୟ ସମ୍ପର୍କ ମଧ୍ୟ ମଜବୁତ ହୋଇପାରେ।
କୁମ୍ଭ ରାଶି ଜାତକଙ୍କ ପାଇଁ ମଧ୍ୟ ଏହି ସମୟ ଶୁଭ ହୋଇପାରେ। ଦୀର୍ଘଦିନରୁ ଅଟକିଥିବା କାମ ପୂରା ହେବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିପାରେ। ବ୍ୟବସାୟିକ ଯାତ୍ରାରୁ ଲାଭ ମିଳିପାରେ। ବିଦେଶରେ ଚାକିରି କରିବାର ସୱପ୍ନ ପୂରଣ ହୋଇପାରେ। ମାନ-ସମ୍ମାନ ବଢ଼ିବା ସହ ଚାକିରିରେ ପଦୋନ୍ନତି ଓ ଦରମା ବୃଦ୍ଧିର ଯୋଗ ମଧ୍ୟ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।