୧୯ରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଏସଏସବି ଲେକ୍ଚର ପରୀକ୍ଷାର୍ଥୀ
ନନ୍ଦିଘୋଷ ବ୍ୟୁରୋ : ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ହେଲେ ପୁରୁଷଙ୍କୁ ବେକାର କରିଦେଉଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଏସଏସବି ଲେକ୍ଚର ଆଶାୟୀ ପରୀକ୍ଷାର୍ଥୀ । ସମାଧାନ ଉପାୟ ନପାଇ ଆଗାମୀ ସେପ୍ଟେମ୍ବର ୧୯ରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଏସଏସବି ଲେକ୍ଚର ପରୀକ୍ଷାର୍ଥୀ।
୨୦୨୪ରେ ଫାଙ୍କା ପଡିଥିବା ଏସଏସବି ଲେକ୍ଚର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି କରାଯାଇଥିଲା। ପରୀକ୍ଷା ପାଇଁ ୪୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ ମଧ୍ୟ ପରୀକ୍ଷା ଆରମ୍ଭର କିଛିଦିନ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ ଆବେଦନକାରୀଙ୍କ ସହ ସରକାର ଏନେଇ ହାଇକୋର୍ଟରେ ମାମଲା କରିଥିଲେ। କିନ୍ତୁ ଅଢେଇ ବର୍ଷ ଭିତରେ ବାରମ୍ବାର ଶୁଣାଣି ପରେ ମଧ୍ୟ ଏନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଶେଷରେ ନିରାଶ ହୋଇ ଆଗାମୀ ସେପ୍ଟେମ୍ବର ୧୯ ତାରିଖରେ ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଆବେଦନକାରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।