୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ
ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ ଭାଜପା ୟୁପିରେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ମୂଳଦୁଆ ପକାଇବାକୁ ଲକ୍ଷ୍ୟ ରଖିଛି ଏବଂ ସମାଜବାଦୀ ପାର୍ଟିକୁ ଘେରାବନ୍ଦୀ କରିବା ପାଇଁ ଏକ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛି।
ଦଳ ୟୁପିରୁ ଦୁଇଜଣ ଉପାଧ୍ୟକ୍ଷ, ଦୁଇଜଣ ଜାତୀୟ ସାଧାରଣ ସମ୍ପାଦକ, ଦୁଇଜଣ ଜାତୀୟ ସମ୍ପାଦକ ଏବଂ ଦୁଇଜଣ ମୋର୍ଚ୍ଚା (ଉଇଙ୍ଗ) ସଭାପତିଙ୍କୁ ନିଯୁକ୍ତ କରିଛି। ଏହି ପଦକ୍ଷେପଗୁଡ଼ିକ ମୁସଲମାନ ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସକୁ ମଧ୍ୟ ପ୍ରତିଫଳିତ କରେ।
ନୂଆ ଟିମ୍ରେ ସାମିଲ ହୋଇଥିବା ପୂର୍ବତନ ଏମ୍ପି ରେଖା ବର୍ମା ଏବଂ ପ୍ରଫେସର ତାରିକ ମନସୁରଙ୍କୁ ଉପାଧ୍ୟକ୍ଷ, ପୂର୍ବତନ ଏମ୍ପି ସ୍ମୃତି ଇରାନୀ ଏବଂ ହରିଶ ଦ୍ୱିବେଦୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ, ଏମ୍ପି ଭୋଳା ସିଂହ ସାଂସଦ ସଙ୍ଗୀତ ଯାଦବଙ୍କୁ ଜାତୀୟ ସମ୍ପାଦକ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ, ଅମର ପାଲ ମୌଯ୍ୟଙ୍କୁ ଓବିସି ମୋର୍ଚ୍ଚାର ସଭାପତି ଭାବରେ ନିଯୁକ୍ତ କରାଯାଇଛି ଏବଂ କୁନୱାର ବାସିତ ଅଲିଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଭାବରେ ନିଯୁକ୍ତ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।