୩ ଦଫା ଦାବି ନେଇ ଶିକ୍ଷକ ସଂଘର ଗଣ ଧାରଣା

Aug 17, 2026 - 13:35
୩ ଦଫା ଦାବି ନେଇ ଶିକ୍ଷକ ସଂଘର ଗଣ ଧାରଣା

ଭୁବନେଶ୍ୱର : ରାଜରାସ୍ତାରେ ଆଶାୟୀ ଶିକ୍ଷକଙ୍କର ଗଣଧାରଣା ।୩ ଦଫା ଦାବି ନେଇ ମିଳିତ ଶିକ୍ଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ପ୍ରବଳ ବର୍ଷା ସତ୍ତ୍ୱେ ଆଜିଠାରୁ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଆଶାୟୀ ଶିକ୍ଷକ । ଅବସର ପ୍ରାପ୍ତ ଶିକ୍ଷକଙ୍କ ନିଯୁକ୍ତି ପ୍ରତ୍ୟାହାର, ହାଇସ୍କୁଲ PET ,RHT, ଓ SSB ,TGT ଶିକ୍ଷକ ନିଯୁକ୍ତି ଦାବି, ୪୫ହଜାର ପ୍ରାଥମିକ ଶିକ୍ଷକ ଓ ୧୨୮୯ OAV ଶିକ୍ଷକ ପଦବୀ ପୂରଣ ଦାବି କରିଛନ୍ତି ଆଶାୟୀ । ଏହା ସହିତ ଖୁବ ଶୀଘ୍ର ନୂତନ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରି ୨୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ଓ କର୍ମଚାରୀ ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗାନ୍ଧିମାର୍ଗରେ ଅହୋରାତ୍ର ଗଣଧାରଣାରେ ବସିବେ ବୋଲି ଚେତାବନୀ ବି ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।