୪ଟା ଯାଏଁ ଗୃହ ମୁଲତବୀ

Sep 23, 2026 - 11:17
୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ୨ ଆଜି ୨ୟ ଦିନ । ଗୃହ ଆରମ୍ଭରୁ ବିରୋଧୀ ଦଳ (ବିଜେଡି ଏବଂ କଂଗ୍ରେସ) ସଦସ୍ୟଙ୍କ ପ୍ରବଳ ହଙ୍ଗାମା ଓ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ  । 

ଗତକାଲି ଭଳି ଆଜି ମଧ୍ୟ କଂଗ୍ରେସ ପକ୍ଷରୁ ଏମଏମଡିଆର ବିଲ ପ୍ରତ୍ୟାହାର ଏବଂ ବହି ବିଭ୍ରାଟ କୁ ନେଇ ଗୃହ ମଧ୍ୟଭାଗକୁ ଆସି ପ୍ଲାକାର୍ଡ଼ ଦେଖାଇ ହଙ୍ଗାମା କରିଥିଲେ ବିଜେଡି ସଦସ୍ୟ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ସଦସ୍ୟ ଶୁଣିଥିଲେ । ଏପିରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।

ପ୍ରଥମ ଦିନରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହ ଚଳାଇ ଦେଇ ନଥିଲେ ଉଭୟ ବିରୋଧୀ , ଫଳରେ ଗୃହକୁ ବୁଧୁବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।