୫ ଘଣ୍ଟା ବ୍ୟାୟାମ କରି ରେକର୍ଡ

Oct 16, 2026 - 16:18
୫ ଘଣ୍ଟା ବ୍ୟାୟାମ କରି ରେକର୍ଡ

 

ସାଧାରଣ ୬୦ ବର୍ଷ ପରେ ସମସ୍ତଙ୍କୁ ବ୍ୟାୟାମ କରିବାରେ ଅସୁବିଧା ହୋଇଥାଏ, ତେଣୁ ସେମାନେ ହାଲୁକା ବ୍ୟାୟାମ କରିଥାଆନ୍ତି । ହେଲେ ଜଣେ ମହିଳା ବର୍ତ୍ତମାନ ସବୁଠାରୁ କଷ୍ଟ ଏକ୍ସରସାଇଜ ପ୍ଲାଙ୍କ କରି ରେକର୍ଡ କରିଛନ୍ତି । ସୂଚନା ଅନୁସାରେ କାନାଡ଼ାର ୬୧ ବର୍ଷୀୟା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଡୋନା ଜିନ୍ ୱାଇଲ୍ଡ ଦୀର୍ଘ ୫ ଘଣ୍ଟା ଧରି ପ୍ଲାଙ୍କ କରି ନିଜର ପୂର୍ବ ବିଶ୍ୱ ରେକର୍ଡ ଭାଙ୍ଗି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆମେରିକାର ୟୁଟାଠାରେ ଅକ୍ଟୋବର ୬ ତାରିଖରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହାପୂର୍ବରୁ ୨୦୨୪ରେ ସେ ୪ ଘଣ୍ଟା ୩୦ ମିନିଟ୍ ୧୧ ସେକେଣ୍ଡ ଧରି ପ୍ଲାଙ୍କ କରି ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ନିଜ ନାମ ସାମିଲ କରିଥିଲେ । ଏକ ସାକ୍ଷାତକାରରେ ଡୋନା ଜଣାଇଛନ୍ତି ଯେ, ପ୍ରାୟ ୧୫ ବର୍ଷ ପୂର୍ବେ ହାତ ଭାଙ୍ଗିଯିବା ପରେ ପ୍ଲାଷ୍ଟର କାଷ୍ଟ ପିନ୍ଧି ମଧ୍ୟ ଫିଟ୍ ରହିବା ପାଇଁ ସେ ଏହି ବ୍ୟାୟାମ ଆରମ୍ଭ କରିଥିଲେ । ଆରମ୍ଭରୁ ମାତ୍ର ୧ ରୁ ୧.୫ ମିନିଟ୍ ପ୍ଲାଙ୍କ କରିପାରୁଥିବା ଡୋନା ବର୍ତ୍ତମାନ ପ୍ରତିଦିନ ପ୍ରାୟ ୨ ଘଣ୍ଟା ଧରି ଏହାର ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।