୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

Sep 24, 2026 - 12:05
୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର ଓ କୁମ୍ଭ ରାଶିର ଲୋକଙ୍କୁ କ୍ୟାରିୟର, ଚାକିରି ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି।

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶିର ଲୋକଙ୍କ ପାଇଁ କ୍ୟାରିୟର ଓ ଧନ ସମ୍ବନ୍ଧୀୟ ମାମଲାରେ ଲାଭଦାୟକ ହୋଇପାରେ। ଅଟକି ରହିଥିବା କାମଗୁଡ଼ିକ ପୂରଣ ହେବାର ସୁଯୋଗ ରହିଛି। ଚାକିରି ଓ ବ୍ୟବସାୟରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ। ଆର୍ଥିକ ଦୃଷ୍ଟିରୁ ମଧ୍ୟ ସମୟ ଅନୁକୂଳ ରହିପାରେ।

ସିଂହ ରାଶିର ଲୋକଙ୍କୁ ଶନିଙ୍କ ପ୍ରଭାବରୁ ଲାଭ ମିଳିପାରେ। ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ମନର ଇଚ୍ଛା ପୂରଣ ହେବାର ସୁଯୋଗ ରହିଛି। ଉତ୍ତରଭାଦ୍ରପଦ ନକ୍ଷତ୍ରରେ ଶନିଙ୍କ ଅବସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ହୋଇପାରେ। ଭାଗ୍ୟର ସହଯୋଗ ମିଳିବାର ସମ୍ଭାବନା ରହିଛି।

ତୁଳା ରାଶି ପାଇଁ ମଧ୍ୟ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଲାଭଦାୟକ ହୋଇପାରେ। ଉତ୍ତରଭାଦ୍ରପଦ ନକ୍ଷତ୍ରରେ ଶନିଙ୍କ ପ୍ରବେଶ ଯୋଗୁଁ ଆର୍ଥିକ ଲାଭର ସୁଯୋଗ ରହିଛି। ଚାକିରିଆଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ବ୍ୟବସାୟୀମାନେ ବଡ଼ ଡିଲ ପାଇପାରନ୍ତି, ଯାହାଫଳରେ ଭଲ ଲାଭ ହେବାର ସମ୍ଭାବନା ରହିଛି।

ମକର ରାଶିର ଲୋକଙ୍କ ପାଇଁ ଶନିଙ୍କ ନକ୍ଷତ୍ର ଗୋଚର ଶୁଭ ହୋଇପାରେ। କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିପାରେ। ଚାକିରିଆଙ୍କ ପାଇଁ ପଦୋନ୍ନତିର ଯୋଗ ସୃଷ୍ଟି ହୋଇପାରେ। ଏହା ସହିତ ମକର ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହୋଇପାରେ।

କୁମ୍ଭ ରାଶି ପାଇଁ ଆର୍ଥିକ ଦୃଷ୍ଟିରୁ ସମୟ ଭଲ ରହିପାରେ। ଚାକିରିରେ ନୂଆ ଦାୟିତ୍ୱ ମିଳିବା ସହ ଆୟ ବୃଦ୍ଧିର ସୁଯୋଗ ରହିଛି। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଯିବାର ମଧ୍ୟ ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।