୫୪ ବର୍ଷରେ ପହଞ୍ଚିଲା ବଡ଼ଗାଁ ଗଜଲକ୍ଷ୍ମୀ ପୂଜା
ବଡ଼ଗାଁ.୨୬।୧୦(ଅଶୋକ ଷଡ଼ଙ୍ଗୀ ) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଦେବ ମଣ୍ଡପସ୍ଥିତ ଲକ୍ଷ୍ମୀ ମଣ୍ଡପରେ ୫୪ ବର୍ଷ ହେଲା ଆନନ୍ଦ ଉଲ୍ଲାସରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୧୯୭୨ରେ ବଡ଼ଗାଁର ସ୍ବର୍ଗତ ସବ୍ୟସାଚୀ ପାଣିଗ୍ରାହୀ, ନିରଞ୍ଜନ ଅଗ୍ରୱାଲ, ଶ୍ୟାମଲାଲ ଅଗ୍ରୱାଲ, ମଦନଲାଲ ଶର୍ମା, ମନୋରଞ୍ଜନ ପୃଷେଟଙ୍କ ସହିତ ଆଉ କେତେକ ବ୍ୟକ୍ତି ଏହି ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିଲେ। ଏହାକୁ ଗ୍ରାମର ଯୁବକମାନେ ପାରମ୍ପରିକ ଭାବେ କରିଆସୁଛନ୍ତି।
ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାର କଳସ ଶୋଭାଯାତ୍ରା ଏବଂ ଅଧିବାସ କାର୍ଯ୍ୟ ରବିବାର ହୋଇଥିଲା। ସୋମବାରଠାରୁ ମା’ଙ୍କ ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବୁଧବାର ମା’ଙ୍କ ଭଷାଣି ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି। ପୂଜାରେ ନରେଶ ଦାସ ଏବଂ ତାଙ୍କ ସ୍ତ୍ରୀ ସୁରେଖା କର୍ତ୍ତା ଦାୟିତ୍ୱ ତୁଲାଥିବା ବେଳେ ପୂଜକ ଦିବ୍ୟ ଲୋଚନ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।
ଏହି ଅବସରରେ ସୋମବାର ରାତିରେ ୫ରୁ ୧୫ବର୍ଷ ବାଳିକା ଏବଂ ବାଳକଙ୍କ ନୃତ୍ୟ ପ୍ରତିଯୋଗିତା ହେବ। ମଙ୍ଗଳବାର ରାତିରେ କମେଡି ଶୋ ଏବଂ କାଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବ।
ପୂଜା କମିଟି ସଭାପତି ବିଟୁ ନାୟକ, ସମ୍ପାଦକ ସୋନୁ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଅମୀତ କୁମାର ପୃଷେଟଙ୍କ ସହିତ କର୍ମକର୍ତ୍ତା ପିଙ୍କୁ ନାୟକ, ସାଜନ ମହାନ୍ତି, ଟୁଲୁ ନାୟକ, ସୁମନ ପୃଷେଟ, ରାହୁଲ ସା, ଉତ୍ତମ ପଣ୍ଡା, ଓଁକାର କର, ସ୍ବାଧୀନ ପୃଷେଟ, ଗଙ୍ଗାଧର ସାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।