୫୫ ଲକ୍ଷ ୬୯ ହଜାର ଟଙ୍କାର ହେରଫେର ଅଭିଯୋଗରେ ପୂର୍ବତନ ଜୁନିୟର ଇଞ୍ଜିନିୟର

Aug 07, 2026 - 17:48
୫୫ ଲକ୍ଷ ୬୯ ହଜାର ଟଙ୍କାର ହେରଫେର ଅଭିଯୋଗରେ ପୂର୍ବତନ ଜୁନିୟର ଇଞ୍ଜିନିୟର

ଭୁବନେଶ୍ୱର : ଭିଜିଲାନ୍ସର ବଡ ଆକ୍ସନ। ପାରଳାଖେମୁଣ୍ଡି ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୫୫ ଲକ୍ଷ ୬୯ ହଜାର ଟଙ୍କାର ହେରଫେର ଅଭିଯୋଗରେ ପୂର୍ବତନ ଜୁନିୟର ଇଞ୍ଜିନିୟର ଡି.ଯୁଧିଷ୍ଠିର, ସହକାରୀ ଯନ୍ତ୍ରୀ ସଞ୍ଜୀବ ଚମ୍ପତି ଏବଂ ଠିକାରଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ତଦନ୍ତରେ ସାମ୍ନାକୁ ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ଆଉ କିଏ ସମ୍ପୃକ୍ତ ଅଛି ତାହାର ତଦନ୍ତ କରୁଛି ଭିଜିଲାନ୍ସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।