୬୩ ପ୍ରକଳ୍ପର ଜମି ଆବଣ୍ଟନ ମଞ୍ଜୁର

Nov 05, 2026 - 19:50
୬୩ ପ୍ରକଳ୍ପର ଜମି ଆବଣ୍ଟନ ମଞ୍ଜୁର

ଭୁବନେଶ୍ବର : ଇଡ୍‌କୋର ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ସେଥି ମଧ୍ୟରୁ ୫୫ଟି ଜମି ଆବଣ୍ଟନ ପ୍ରସ୍ତାବ ଏବଂ ୮ଟି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ( ଏମ୍‌ଏସ୍‌ଏମ୍‌ଇ ) ସମ୍ପର୍କିତ ପ୍ରସ୍ତାବ ଥିଲା ।

Advertisment Odisha Voters Cast Votes in AP ଓଡ଼ିଶାର ଗୋଲୁରୁ ଓ ଆମ୍ଫାବାଲି ପଞ୍ଚାୟତର ୨ଶହରୁ ଊର୍ଦ୍ଧ୍ବ ଲୋକ ଆନ୍ଧ୍ରରେ ଦେଲେ ଭୋଟ ଜମି ଆବଣ୍ଟନ ପ୍ରସ୍ତାବଗୁଡ଼ିକର ନିୟମିତ ଓ ସମୟୋଚିତ ବିଚାର ପାଇଁ ଏବେ ପ୍ରତି ମାସରେ ଜମି ଆବଣ୍ଟନ କମିଟି ବୈଠକ ଅନୁଷ୍ଠିତ ହେଉଛି ।

ଏଥିସହ ନିବେଶକ ଓ ଉଦ୍ୟୋଗୀମାନଙ୍କ ଅଭିଯୋଗ ଶୁଣିବା ଓ ତାହାର ସମାଧାନ ପାଇଁ ପ୍ରତି ସପ୍ତାହରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରକ୍ରିୟାଗତ ବିଳମ୍ବ ହ୍ରାସ କରିବା, ସ୍ୱଚ୍ଛତା ବୃଦ୍ଧି କରିବା, ବ୍ୟବସାୟିକ ସୁଗମତାକୁ ଅଧିକ ମଜଭୁତ କରିବା ଓ ନିବେଶକ ଓ ଉଦ୍ୟୋଗୀମାନଙ୍କ ପ୍ରସ୍ତାବକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖି ଇଡ୍‌କୋ ପକ୍ଷରୁ ଏହି ବୈଠକଗୁଡ଼ିକୁ ଆ‌ୟୋଜନ କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।