୭ ବର୍ଷର ନାବାଳିକାକୁ ଅପହରଣ ଅଭିଯୋଗ

Aug 31, 2026 - 13:39
୭ ବର୍ଷର ନାବାଳିକାକୁ ଅପହରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ :  କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳ ଷ୍ଟେସନ ବାହାରୁ ୭ ବର୍ଷର ନାବାଳିକାକୁ ଅପହରଣ ଅଭିଯୋଗ । ଜଣେ ବୟସ୍କ ବ୍ୟକ୍ତି ଅପହରଣ କରିଥିବା ସିସିଟିଭି ଫୁଟେଜରେ ସାମ୍ନାକୁ ଆସିଛି। ଅପହରଣକାରୀ ନାବାଳିକାକୁ ନେଇ କେଉଁଠି ଲୁଚାଇ ରଖିଛି ତାକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ। ସିସିଟିଭି  ଫୁଟେଜ ସହ ପୁରସ୍କାର ରାଶି ଘୋଷଣା କରିଛି ପୋଲିସ। ହେଲେ ଏପର୍ଯ୍ୟନ୍ତ ନାବାଳିକା ଓ ଅପହରଣକାରୀର ଟେର୍ ମିଳୁନି।

ରେଳଷ୍ଟେସନ, ଜିଆରପି ଓ  ସହରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ କଟକ ଡିସିପି କହିଛନ୍ତି ଯେ, ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଜି.ଆର.ପି ଓ ଅନ୍ୟମାନଙ୍କ ସହ ଯୋଗାଯୋଗ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।