ୱାଇଜିଟିଟିଏ ରାଜ୍ୟ ୠାଙ୍କିଙ୍ଗ୍‌ ଟେବୁଲ ଟେନିସ୍‌ ; ୧୭ ବର୍ଷରୁ କମ୍‌ ବାଳକ ସେମି ସ୍ଥାନ ଚୂଡ଼ାନ୍ତ

Aug 12, 2026 - 13:30

କଟକ : କଟକର ୟଙ୍ଗ୍‌ ଜେନେରେସନ୍‌ ଟେବୁଲ ଟେନିସ ଆସୋସିଏସନ୍‌‌ ଆନୁକୂଲ୍ୟରେ ଚାଲିଥିବା ୩୧ତମ ୱାଇଜିଟିଟିଏ ରାଜ୍ୟ ୠାଙ୍କିଙ୍ଗ୍‌ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ମଙ୍ଗଳବାର ୨ୟ ଦିନ ଥିଲା। ଏହି ଦିନ ସନ୍ଧ୍ୟା ସୁଦ୍ଧା ୧୭ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍‌ସର ସେମିଫାଇନାଲ ସ୍ଥାନ ଚୂଡ଼ାନ୍ତ ହୋଇଛି। ସେମିଫାଇନାଲରେ ଖୋର୍ଦ୍ଧାର ଜିଜ୍ଞାସୁ ସାଇ କିରଣ ପ୍ରଧାନ-ଭୁବନେଶ୍ବରର ଆତ୍ମନ୍ ଦାସ ଏବଂ ଭୁବନେଶ୍ବର ଦୁଇ ଖେଳାଳି ହିତେଶ ଅଗ୍ରୱାଲ-ଅଭିଷେକ ଦାସଙ୍କ ମଧ୍ୟରେ ମୁକାବିଲା ହେବ। କ୍ବାର୍ଟରଫାଇନାଲରେ ଜିଜ୍ଞାସୁ ସାଇ କିରଣ ଖୋର୍ଦ୍ଧାର ରିତେଶ ମହାପାତ୍ରଙ୍କୁ ୩-୦ ଗେମ୍‌ରେ, ଆତ୍ମନ୍ ଦାସ ୩-୧ ଗେମ୍‌ରେ ଖୋର୍ଦ୍ଧାର ଆୟୁଷ୍ମାନ ପତିଙ୍କୁ, ହିତେଶ ଅଗ୍ରୱାଲ ୩-୨ ଗେମ୍‌ରେ କଟକର ତମିମ୍ ଉବୈଦ୍‌ଙ୍କୁ ଏବଂ ଅଭିଷେକ ଦାସ ୩-୨ ଗେମ୍‌ରେ କଟକର ସୟଦ୍ ଅର୍ସ ଅଲୀଙ୍କୁ ପରାସ୍ତ କରିଛନ୍ତି। ମୋଟ ୧୨ଟି ବାଳକ ଓ ବାଳିକା ସିଙ୍ଗଲ୍‌ସ ଇଭେଣ୍ଟର ମ୍ୟାଚ୍‌ସବୁ ଚାଲିଛି। ବୁଧବାର ଅନ୍ତିମ ଦିନରେ ସମସ୍ତ ଇଭେଣ୍ଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଖେଳାଯାଇ ସନ୍ଧ୍ୟାରେ ପୁରସ୍କାର ବିତରଣ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।