ଅନଲାଇନରେ ତନ୍ତ୍ରସେବା

Nov 03, 2026 - 16:15
ଅନଲାଇନରେ ତନ୍ତ୍ରସେବା

 

ଆଜିକାଲି ଇଣ୍ଟରନେଟ୍‌ ଜରିଆରେ କେବଳ ସାମଗ୍ରୀ ନୁହେଁ, ବରଂ ପ୍ରେମ , ଚାକିରି, ଟଙ୍କା ରୋଜଗାର ପାଇଁ ଅନଲାଇନ ମନ୍ତ୍ର-ତନ୍ତ୍ର ସେବା ଉପଲବ୍ଧ ହେଉଛି । ଇଟାସି ଭଳି ଅନଲାଇନ୍ ପ୍ଲାଟଫର୍ମରେ ମହିଳାମାନେ ନିଜକୁ ତନ୍ତ୍ରସାଧିକା ଭାବେ ପ୍ରଚାର କରି ବିଭିନ୍ନ ପ୍ରକାର ମନ୍ତ୍ର ବିକ୍ରି କରୁଛନ୍ତି । ସୋସିଆଲମିଡିଆର ସୂଚନା ଅନୁସାରେ ସ୍କଟଲାଣ୍ଡର ୨୪ ବର୍ଷୀୟା ଅଲେସିଆ କାହିଲ୍ ଏପର୍ଯ୍ୟନ୍ତ ୨,୦୦୦ରୁ ଅଧିକ ଏସମ୍ପର୍କିତ ଅର୍ଡର ପାଇଛନ୍ତି । ଧନ ଓ ସଫଳତା ଆକର୍ଷିତ କରୁଥିବା ‘ଆବଣ୍ଡାନ୍ସ ସ୍ପେଲ୍’ ସବୁଠାରୁ ଅଧିକ ଲୋକପ୍ରିୟ ବୋଲି ସେ କହିଛନ୍ତି। କ୍ୟାରିୟର୍, ସମ୍ପର୍କ ଏବଂ ଏକୁଟିଆ ପଣ ଯୋଗୁଁ ଯୁବପିଢ଼ି ଏହି ସେବା ପ୍ରତି ଆକୃଷ୍ଟ ହେଉଥିବା ସେ ମତ ଦେଉଛନ୍ତି । ଯେଉଁଠାରେ ଗ୍ରାହକମାନେ ନିଜ ବ୍ୟକ୍ତିଗତ ସମସ୍ୟା ବାଣ୍ଟି ଭାବପ୍ରବଣ ସମର୍ଥନ ମଧ୍ୟ ପାଉଛନ୍ତି । ମାତ୍ର କମ୍ପାନୀର ନିୟମାନୁଯାୟୀ ଏହି ସାମଗ୍ରୀଗୁଡ଼ିକ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ବିକ୍ରୟ କରାଯାଉଛି ।   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।