ପସନ୍ଦ ଆସେ ଅନ୍ଦାଜ

Nov 03, 2026 - 15:53
ପସନ୍ଦ ଆସେ ଅନ୍ଦାଜ

 

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ନିକଟରେ ମୁମ୍ବାଇଠାରେ ପ୍ରସିଦ୍ଧ ଭକ୍ତି ସଙ୍ଗୀତ ଗାୟକ କୃଷ୍ଣ ଦାସଙ୍କ ଦ୍ୱାରା ଆୟୋଜିତ ଏକ ଆଧ୍ୟାତ୍ମିକ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କୃଷ୍ଣ ଦାସଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ 'ହୋମ୍ ଇନ୍ ଦି ହାର୍ଟ'ର ଅଂଶବିଶେଷ ଭାବେ ଆୟୋଜିତ ଏହି ସଂକୀର୍ତ୍ତନରେ ଶହ ଶହ ଶ୍ରଦ୍ଧାଳୁଙ୍କ ସହ ଉଭୟ ଯୋଗ ଦେଇଥିଲେ । ଉଭୟଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ 'ଗୋବିନ୍ଦ ରାଧେ ଗୋପାଳ ରାଧେ' ଭଜନ ଗାନ କରାଯାଉଥିବା ବେଳେ ଅନୁଷ୍କା ଖୁବ୍ ଉତ୍ସାହର ସହ ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ଗାଉଥିବାର ଦେଖିବାକୁ ମିଳିଛି । ଏହାପୂର୍ବରୁ ଅନେକଥର ଅନୁଷ୍କାଙ୍କୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏବଂ ଧର୍ମ ଗୁରୁଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଅନୁଷ୍କାଙ୍କର ଏହି ଅନ୍ଦାଜଙ୍କୁ ଦର୍ଶକ ଖୁବ ପସନ୍ଦ କରିଥାଆନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।