ଆଇଏଏସ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର : ଆଇଏଏସ (IAS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅନୁଯାୟୀ ୭ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପ୍ରଶାସନିକ ସଚିବ ଏବଂ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦିଆଯାଇଛି ।
ବିଜ୍ଞପ୍ତି ଅନୁସାରେ , ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ନୂଆପଡା ଜିଲ୍ଲାପାଳ ଥିବା ମଧୁସୂଦନ ଦାଶ ବଦଳି ହୋଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA &PG)ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ନୂଆପଡା ଜିଲ୍ଲାପାଳ ଭାବେ ମଧୁମିତା ଙ୍କୁ ନିଯୁକ୍ତି ଦିଆଯାଇଛି ।
ସେହିପରି, ଡକ୍ଟର ମହେଶ୍ୱର ସ୍ୱାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ପଦରୁ ବଦଳି ହୋଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଏବଂ ତାଙ୍କ ସ୍ଥାନରେ ଅନନ୍ୟା ଦାସ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପସଚିବ ପଦରୁ ବଦଳି ହୋଇ ନବରଙ୍ଗପୁରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି ।
ଅଶ୍ୱନୀ ଏ.ଏଲ ଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଭବରେ ନିଯୁକ୍ତି ମିଳିଥିବାବେଳେ ପ୍ରଦୀପ ନାୟକ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ପାଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।