ଆଜିଠୁ ନିଃଶୁଳ୍କ ହବିଷ୍ୟାଳି ଯୋଜନାର ଅନ ଲାଇନ ପଞ୍ଜିକରଣ ଆରମ୍ଭ
ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଧର୍ମମାସ କାର୍ତିକ ଆରମ୍ଭ ହେବାକୁ ଯାଉଛି ଇ ଶ୍ରୀକ୍ଷେତ୍ରରେ ପୁରୀରେ ହବିଷ୍ୟାଳୀଙ୍କ ଜମିବ ଭିଡ଼ । ଏଥିପାଇଁ ଆଜିଠାରୁ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ରେ ନିଶୁଳ୍କ ଆବେଦନ । edistrict.odisha.gov.in ପୋର୍ଟାଲ୍ ରେ ହେବ ଆବେଦନ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ । ଚଳିତ ବର୍ଷ ଅକ୍ଟୋବର ୨୬ ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ମହାକାର୍ତ୍ତିକ ବ୍ରତ ଅନୁଷ୍ଠିତ ହେବ । ଏଥିପାଇଁ ସମୁଦାୟ ୨,୫୦୦ ଜଣ ହବିଷ୍ୟାଳିଙ୍କୁ ଏହି ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ପୋର୍ଟାଲ ରେ ପଞ୍ଜିକରଣ ସଂଖ୍ୟା ପୂରଣ ସରିବା ପରେ ଏହା ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଯିବ ।
ଚଳିତ ବର୍ଷ ପୁରୀରେ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ରହଣୀ ବ୍ୟବସ୍ଥା ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହବିଷିଆଳିଙ୍କ ରହଣୀ,ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ,ସ୍ୱେଚ୍ଛାସେବୀ ମୁତୟନ , ଭଜନ କୀର୍ତ୍ତନ ,ପୂଜା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବ୍ରତଧାରୀ ମାନେ ବଢି ଭୋରରୁ ଉଠି ବିଭିନ୍ନ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିବା ସହ ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା କରିବେ । ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।