ଆଜି ଘୋଷଣା ହେବ ଛାତ୍ର ସଂସଦ ନିର୍ବାଚନ ତାରିଖ
ଭୁବନେଶ୍ୱର : ଛାତ୍ର ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆଉ କିଛି ସମୟ ପରେ ଘୋଷଣା ହେବ ନିର୍ବାଚନ ତାରିଖ । ପୂଜା ଛୁଟି ପୂର୍ବରୁ ନିର୍ବାଚନ ସାରିବା ଲକ୍ଷ ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଛି ବୈଠକ । କ୍ୟାମ୍ପସ ଇଲେକ୍ସନକୁ ବନ୍ଦ ରଖିଥିଲେ ପୂର୍ବତନ ସରକାର । ଛାତ୍ର ନିର୍ବାଚନକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । କମ୍ ସମୟରେ ନିର୍ବାଚନକୁ କିଛି ଛାତ୍ର ସଙ୍ଗଠନ ବିରୋଧ କରୁଥିବାବେଳେ ଆଉ କିଛି ଦୁର୍ଗା ପୂଜା ଛୁଟି ପୂର୍ବରୁ ସାରିବାକୁ ଦାବି କରୁଛନ୍ତି । ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ।
ଆସନ୍ତା ୧୫ତାରିଖରେ ନିର୍ବାଚନ ଏବଂ ଫଳାଫଳ ପ୍ରକାଶ ପାଇବା କୁ ତାରିଖ ସ୍ଥିର ହୋଇଥିବାବେଳେ , ୭ ତାରିଖରେ ନାମାଙ୍କନ ଏବଂ ୯ ତାରିଖରେ ହେବ ନୋମିନେସନ । ସେହିପରି ୧୫ତାରିଖରେ ହିଁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଏବଂ ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ କରାଯିବ ।
ସୂଚନାନୁସାରେ , ରାଜ୍ୟରେ ଶେଷଥର ପାଇଁ ୨୦୧୭ ମସିହାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ୨୦୧୮ ମସିହାରୁ ବିଭିନ୍ନ କାରଣ (ହିଂସାକାଣ୍ଡ, ବାତ୍ୟା ଏବଂ କୋଭିଡ ମହାମାରୀ) ଯୋଗୁଁ ଦୀର୍ଘ ୮ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।