ଆସନ୍ତା ଏପ୍ରିଲ ୧ରେ ଖୋଲିବ ସୁଭଦ୍ରା ପୋର୍ଟାଲ

Sep 16, 2026 - 15:05
ଆସନ୍ତା ଏପ୍ରିଲ ୧ରେ ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର : ଆସନ୍ତାକାଲି ସୁଭଦ୍ରା ଯୋଜନାର ଜନ୍ମ ଦିନ । ସୁଭଦ୍ରା ଯୋଜନାକୁ ପୁରିବ ୨ବର୍ଷ । ସେଥିପାଇଁ ସନ୍ଧ୍ୟା ୬.୩୦ରେ ଘରେ ଘରେ ସଂକଳ୍ପ ଦୀପ ଜାଳିବା ପାଇଁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି । କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ୨୬ ପ୍ରତିଶତରୁ ଅଧିକ ଉଦ୍ୟୋଗପତି ହୋଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ୨୦୨୨୪ ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସେବା ଓ ସଂକଳ୍ପକୁ ସମ୍ମାନ ଜଣାଇ ଆସନ୍ତାକାଲି ସଂଧ୍ୟା ୬ଟାରୁ ୭ମଧ୍ୟରେ ଘରେ ଘରେ ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ହିତାଧିକାରୀ ମହିଳାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନକୁ ନେଇ ସଂକଳ୍ପ ଦୀପ ଜାଳିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରିଙ୍କ କାର୍ଯ୍ୟାଳୟ ଓ ସେଣ୍ଟ୍ରାଲ ପ୍ରୋଜେକ୍ଟ, ଅଙ୍ଗନବାଡି ଅଫିସରେ ରଙ୍ଗୋଲି କାର୍ଯ୍ୟକ୍ରମ ହେବ ।

ଅନ୍ୟପଟେ, ନୂତନ ଆବେଦନକାରୀଙ୍କ ପାଇଁ ଏପ୍ରିଲ୍ ମାସରେ 'ସୁଭଦ୍ରା' ପୋର୍ଟାଲ୍ ପୁନର୍ବାର ଖୋଲିବ । ମାସେ ପାଇଁ ଖୋଲିବ ପୋର୍ଟାଲ । ନୂଆ ଯୋଗ୍ୟ ହିତାଧିକାରୀମାନେ ପଞ୍ଜିକୃତ କରି ପାରିବେ । ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ,ସେମାନଙ୍କ ପାଇଁ ସୁଯୋଗ । ଖାସ୍‌ କରି ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ । ସେମାନଙ୍କ ପାଇଁ ଖୁସିର ଖବର । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟିରୁ ଅଧିକ ମହିଳା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇସାରିଛନ୍ତି । ଯେଉଁମାନେ ଏହି ଟଙ୍କା ପାଇବା ପରେ ନିଜ ସ୍ୱାବଲମ୍ବୀ ହେବା ସହ ପରିବାରକୁ ସହଯୋଗ ମଧ୍ୟ କରୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।