ଧରାପଡ଼ିଲେ ସ୍କୁଟି ଓ ମୋବାଇଲ ଚୋର ଗ୍ୟାଙ୍ଗ ର ୩ ସଦସ୍ୟ

Sep 15, 2026 - 16:25
ଧରାପଡ଼ିଲେ ସ୍କୁଟି ଓ ମୋବାଇଲ ଚୋର ଗ୍ୟାଙ୍ଗ ର ୩ ସଦସ୍ୟ

ଭୁବନେଶ୍ୱର: ସ୍କୁଟି ଓ ମୋବାଇଲ ଚୋର ଗ୍ୟାଙ୍ଗର ପର୍ଦ୍ଦା ଫାଶ କରିଛି ପୋଲିସ। ବିଶେଷ କରି ପରୀକ୍ଷା କେନ୍ଦ୍ର ଗୁଡିକୁ ଟାର୍ଗେଟ କରୁଥିଲେ ଏହି ଚୋର ଗ୍ୟାଙ୍ଗ । ପରୀକ୍ଷା କେନ୍ଦ୍ର ଗୁଡିକ ବାହାରେ ରହୁଥିବା ପରୀକ୍ଷାର୍ଥୀଙ୍କ ବାଇକ୍ ଓ ମୋବାଇଲ ଚୋରି କରୁଥିଲେ । ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଅନ୍ୟ ଦୁଇଜଣ ଚୋରି ସାମଗ୍ରୀ କ୍ରୟ ଓ ବିକ୍ରିରେ ସହଯୋଗ କରୁଥିଲେ । ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନନ୍ଦନକାନନ ଥାନା ଗଣ୍ଡରପୁର ମାଝୀ ସାହିର ଦୁଷ୍ମନ୍ତ ସୁବୁଦ୍ଧି (୩୫)। ଅନ୍ୟ ଦୁଇ ସହଯୋଗୀ ହେଲେ ବଡ଼ଗଡ଼ ବ୍ରିଟ କଲୋନିରେ ରହୁଥିବା କେନ୍ଦୁଝରର ରାକେଶ କୁମାର ସାହୁ (୨୮) ଓ ନନ୍ଦନକାନନ ଅଞ୍ଚଳର ମାନସ ବେହେରା (୩୦)।ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଗୋଟିଏ ସ୍କୁଟି, ୨୬ଟି ଚୋରା ମୋବାଇଲ୍‌ ସହ ୪୩ଟି ମୋବାଇଲ୍‌ ଡିସପ୍ଲେ ଓ ମଦରବୋର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।