ଇଟାଭାଟିରୁ ହୋମଗାର୍ଡ ପରୀକ୍ଷା ଶାଢ଼ିପିନ୍ଧି ଦୌଡ଼ିଲେ ୧୬୦୦ ମିଟର
"ନା ଥିଲା ଜୋତା, ନା ଥିଲା ସ୍ପୋର୍ଟ୍ସ ଡ୍ରେସ୍।
ଦେହରେ ପାରମ୍ପରିକ ଶାଢ଼ି, ଆଉ ପାଦରେ ଜୋତା ନଥାଇ ବି ଡହଡହ ଖରାକୁ ଖାତିର ନକରି ଟ୍ରାକ୍ରେ ଦୌଡ଼ିଲେ ମହିଳା।
୧୦୦ କି ୨୦୦ ମିଟର ନୁହେଁ, ବରଂ ୧୬୦୦ ମିଟର।
ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଆଗରେ କୌଣସି ପ୍ରତିବନ୍ଧକ ବାଧା ହୋଇପାରେନାହିଁ, ଏହା ପ୍ରମାଣ କରିଦେଖାଇଛନ୍ତି ଝାଡ଼ଖଣ୍ଡର କବିତା ମହତୋ।
ଇଟାଭାଟିରେ କାମ କରୁଥିବା କବିତା ହୋମଗାର୍ଡ ହେବାର ସ୍ୱପ୍ନ ପୂରଣ କରିବା ପାଇଁ ଶାଢ଼ି ପିନ୍ଧି ଖାଲି ପାଦରେ ୧୬୦୦ ମିଟର ଦୌଡ଼ ସଫଳତାର ସହ ପୂରା କରିଛନ୍ତି।
ସୋସିଆଲ ମିଡିଆରେ ତାଙ୍କ ଦୌଡ଼ର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।