ଇଣ୍ଡୋନେସିଆର ବିଳାସପୂର୍ଣ୍ଣ ଜେଲ

Oct 03, 2026 - 15:36
ଇଣ୍ଡୋନେସିଆର ବିଳାସପୂର୍ଣ୍ଣ ଜେଲ

 

ଇଣ୍ଡୋନେସିଆର ଏକ ଜେଲ୍‌ରେ କଏଦୀମାନଙ୍କ ପାଇଁ ସାଧାରଣ କୋଠରୀ ବଦଳରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଳି ବ୍ୟବସ୍ଥା ଥିବା ଏକ ସ୍ୱତନ୍ତ୍ର କମ୍ପ୍ଲେକ୍ସର ପର୍ଦ୍ଦାଫାଶ ହୋଇଛି । ଯେଉଁଠାରେ ଏସି, ବଡ଼ ଟିଭି, ସୋଫା, ଫ୍ରିଜ୍, ଡାଇନିଂ ଏରିଆ ସହ ସ୍ୱିମିଂ ପୁଲ୍, ଜିମ୍ ଓ ନିର୍ମାଣାଧୀନ ଗଲ୍ଫ ସିମୁଲେଟର ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ରହିଥିଲା । ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘର ପଛପଟେ ଥିବା ଏହି ସ୍ୱତନ୍ତ୍ର କମ୍ପ୍ଲେକ୍ସରେ ଅତି କମ୍‌‌ରେ ୧୦ଟି ବିଳାସପୂର୍ଣ୍ଣ କୋଠରୀ ରହିଥିବା ବେଳେ ଚଢ଼ାଉ ସମୟରେ ଅନେକ କଏଦୀ ସେଠାରେ ରହୁଥିବା ଦେଖିବାକୁ ମିଳିଥିଲା । ପରିସର ମଧ୍ୟରୁ ଟୋୟୋଟା ଆଲଫାର୍ଡ ଓ ଟୋୟୋଟା ଫର୍ଚୁନର ଭଳି ଦାମୀ ଏସ୍‌ୟୁଭି ଗାଡ଼ି ଜବତ କରାଯାଇଛି । ତଦନ୍ତ ବେଳେ ବାଉଁଶ ଜଙ୍ଗଲ ଓ ଆବର୍ଜନା ପକାଯାଉଥିବା ସ୍ଥାନ ଦେଇ ସିକ୍ରେଟ୍ ରୁଟ୍ ମିଳିଥିଲା, ଯାହା ମାଧ୍ୟମରେ ସରକାରୀ ସୁରକ୍ଷା ଯାଞ୍ଚକୁ ଏଡ଼ାଇ ଜେଲ୍‌ ଭିତରକୁ ଆସିବା ଓ ବାହାରକୁ ଯିବା ସହଜ ହେଉଥିଲା। ଜେଲଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।