ଉପହାର
ଯଦି ଆପଣ ଦୀପାବଳି ପାଇଁ ଉପହାର କିଣି ନାହାନ୍ତି । ତେବେ ଏଭଳି କିଛି ଉପହାର ମଧ୍ୟ ରହିଛି, ଯାହାକୁ ସଙ୍ଗେସଙ୍ଗେ କିଣାଯାଇପାରିବ । ଏଗୁଡିକ ଖୁବ ସହଜରେ ମିଳୁଥିବାବେଳେ ଉପହାର ପାଇଁ ଖୁବ ଭଲ ଅପସନ୍ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଉପହାର ସମ୍ପର୍କରେ..
ଡ୍ରାଏ ଫ୍ରୁଟ୍ସ ବକ୍ସ : ତୁରନ୍ତ ଉପହାର ଦେବା ପାଇଁ ବଜାରରେ ଉପଲବ୍ଧ ପ୍ରି-ପ୍ୟାକ୍ଡ୍ କାଜୁ, ବାଦାମ ଏବଂ କିସମିସ୍ ପ୍ୟାକେଟ୍ ସବୁଠାରୁ ଶ୍ରେଷ୍ଠ ବିକଳ୍ପ। ଏହା ସ୍ୱାସ୍ଥ୍ୟପ୍ରଦ ହେବା ସହ ଦେଖିବାକୁ ମଧ୍ୟ ବେଶ୍ ଆକର୍ଷଣୀୟ ଲାଗିଥାଏ। ଏହା ଏକ ହେଲଦି ଗିଫ୍ଟିଂ ଅପସନ ହୋଇଥାଏ ।
ଡିଜିଟାଲ୍ ଗିଫ୍ଟ ଭାଉଚର୍ : ସମୟ ଅଭାବରୁ ଯଦି ବଜାରକୁ ଯିବା ସମ୍ଭବ ହେଉନାହିଁ, ତେବେ ଅନଲାଇନ୍ ମାଧ୍ୟମରେ ପ୍ରିୟଜନଙ୍କୁ ବିଭିନ୍ନ ଅନୁଷ୍ଠାନର ଡିଜିଟାଲ୍ ଗିଫ୍ଟ କାର୍ଡ କିମ୍ବା ଭାଉଚର୍ ତୁରନ୍ତ ପଠାଯାଇପାରିବ। ଏହାକୁ ରିସର୍ଚ କଲେ ଖୁବ କମ ସମୟରେ ଆପଣ ଏହାକୁ କିଣି ପାରିବେ ।
ଚକୋଲେଟ୍ ଓ ମିଠା ହ୍ୟାମ୍ପର୍ : ପାରମ୍ପରିକ ମିଠା କିମ୍ବା ବିଭିନ୍ନ ବ୍ରାଣ୍ଡେଡ୍ ଚକୋଲେଟର ସୁସଜ୍ଜିତ ବକ୍ସ ଅଳ୍ପ ସମୟ ମଧ୍ୟରେ କିଣି ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କୁ ଦିଆଯାଇପାରିବ, ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାସହ ଆପଣଙ୍କୁ ଏହା ଘର ପାଖରେ ମଧ୍ୟ ମିଳିଯାଇପାରିବ ।
ଇନଡୋର ପ୍ଲାଣ୍ଟସ୍ : ପରିବେଶ ଅନୁକୂଳ ଏବଂ ସବୁଜ ଉପହାର ଭାବରେ 'ମନି ପ୍ଲାଣ୍ଟ' କିମ୍ବା 'ଲକି ବାମ୍ବୁ' ପରି ଛୋଟ ପ୍ଲାଣ୍ଟଗୁଡ଼ିକୁ ତୁରନ୍ତ ଉପହାର ରୂପେ ଦେବା ପାଇଁ ଖୁବ ଭଲ ବିକଳ୍ପ ହୋଇଥାଏ । ଏହା ସମସ୍ତଙ୍କୁ ପସନ୍ଦ ଆସିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।