ଓଡ଼ାପଡ଼ା ତହସିଲଦାର ନିଲମ୍ବିତ
ଭୁବନେଶ୍ୱର : ଆକ୍ସନରେ ମୁଡ଼ରେ ରାଜସ୍ୱ ବିଭାଗ । ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ଶ୍ରୀ ମନୋଜ କୁମାର ମାଝୀ, OAS-A (JB)ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଏବଂ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସରକାରୀ ଆଦେଶ ଅନୁଯାୟୀ,ଓଡ଼ିଶା ସିଭିଲ୍ ସର୍ଭିସେସ୍ (କ୍ଲାସିଫିକେସନ୍, କଣ୍ଟ୍ରୋଲ୍ ଆଣ୍ଡ ଅପିଲ୍) ନିୟମାବଳୀ, ୧୯୬୨ର ନିୟମ ୧୨(୧)(କ) ଅନୁଯାୟୀ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି । ଏହି ନିଲମ୍ବନ ଅବଧିରେ ଶ୍ରୀ ମାଝୀଙ୍କ ମୁଖ୍ୟାଳୟ କଟକସ୍ଥିତ ରାଜସ୍ୱ ଡିଭିଜନାଲ୍ କମିଶନର (କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟରେ ରହିବ। ଆର୍ଡିସିଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଏଥିସହ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଶ୍ରୀ ମାଝୀଙ୍କ ବିରୋଧରେ ଅଭିଯୋଗର ଖସଡ଼ା ଏବଂ ସମ୍ପୃକ୍ତ ପ୍ରମାଣପତ୍ର ସହ ଆବଶ୍ୟକ ଦଲିଲ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।