ଭୁବନେଶ୍ୱର ବିମାନ ବନ୍ଦରରୁ ବିପୁଳ ମାରିଜୁଆନା ଜବତ

Oct 17, 2026 - 15:11
ଭୁବନେଶ୍ୱର ବିମାନ ବନ୍ଦରରୁ ବିପୁଳ ମାରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ଥରେ ବିପୁଳ ପରିମାଣର ନିଷିଦ୍ଧ ମାରିଜୁଆନା (ହାଇଡ୍ରୋପୋନିକ୍ ଗଞ୍ଜେଇ) ଜବତ କରାଯାଇଛି । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ବେଳେ ଧରିଲା କଷ୍ଟମ ବିଭାଗ । ୪ କେଜି ୮୭୭ଗ୍ରାମ  ହାଇଡ୍ରୋପୋନିକ୍ ମାରିଜୁଆନା ଜବତ ହୋଇଛି । ଯାହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୧.୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସ୍କାନିଂରୁ ବଞ୍ଚିବା ପାଇଁ କୁକୁର ଖାଦ୍ୟରେ ଆସୁଥିଲା ଏହି ବିଦେଶୀ ନିଶା । ଲଗେଜର ସିକ୍ରେଟ ଚାମ୍ବର କରି ମାରିଜୁଆନା ଚାଲାଣ ବେଳେ ଧରିଲା ଡିଆରଆଇ ।କେ-୯ ଡଗ ସ୍କ୍ବାଡ ଏହି ଅପରେସନରେ ଚାରି ଜଣଙ୍କୁ ଅଟକ ରଖି ପଚରା କରୁଛି ଡିଆରଆଇ  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।