ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ୩ ଅଟକ, ଖୁବ ଶୀଘ୍ର ଆକ୍ସନ - ଏସଟିଏଫ

Sep 11, 2026 - 16:42
ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ୩ ଅଟକ, ଖୁବ ଶୀଘ୍ର ଆକ୍ସନ - ଏସଟିଏଫ

ବାଲେଶ୍ୱର  : ଭୋଗରାଇରୁ ଓରାଙ୍ଗ ଉଟାନ ଉଦ୍ଧାର ଘଟଣାରେ ୩ ଅଟକ । ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲ ରୁ ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ ଟିମ୍ । ହୋଟେଲ ମାଲିକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ହୋଟେଲ ମାଲିକଙ୍କ ଘର ହାଓଡା ଅଞ୍ଚଳର ବୋଲି ଜଣାପଡିଛି । ୩ ଜଣଙ୍କୁ ଉଠାଇ ନେଇ ଅଧିକ ପଚାର ଉଚରା କରୁଛି ଏସ ଟି ଏଫ ଟିମ୍ । ଏପରିକି ସିସିଟିଭି ଫୁଟେଜ ରେ ଦେଖାଯାଉଥିବା କଳା ରଙ୍ଗର ଥାର ଗାଡିଟି ଉକ୍ତ ହୋଟେଲ ମାଲିକଙ୍କର ବୋଲି ସନ୍ଦେହ କରାଯାଉଛି  । ପଚରା ଉଚରା ପରେ ସଠିକ ତଥ୍ୟ ଜଣାପଡିବ ।

ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା । ଏହି ମାସ୍କ କାହାର ସେନେଇ ମଧ୍ୟ ଖୋଳତାଡ଼ ହେଉଛି । ବଡପାହି ଜଙ୍ଗଲରୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିବା ସ୍ଥାନକୁ  ବନବିଭାଗ ପକ୍ଷରୁ ବାଡ଼ ବସାଯିବା ସହ ନିଷିଦ୍ଧା ଅଂଚଳ ଘୋଷଣା କରାଯାଇଛି । ଉକ୍ତ ସ୍ଥାନରେ କ୍ୟାମ୍ପ କରି ବନକର୍ମଚାରୀମାନେ ଦିନ ରାତି ଜଗି ରହିଛନ୍ତି । ଏସଟିଏଫ ତନା ଘନା ପରେ ଆଜି ଓଡିଶା ଆସିବେ WCCB ଟିମ । ବିଭିନ୍ନ ସ୍ଥାନରୁ ୧୫୦ ସିସିଟିଭି ଫୂଟେଜ ସଂଗ୍ରହ କରାଯାଇଛି । 

ସେପଟେ ଓରାଙ୍ଗଉଟାନ୍ ଆସିଲେ କେଉଁଠୁ? ରହସ୍ୟ ଖୋଲିବ ଏସଟିଏଫ । ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ବିନୟତୋଷ ମିଶ୍ର ।  ଓଡ଼ିଶାରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ଗୁମର ଖୋଲିବ ଏସଟିଏଫ। ଘଟଣାରେ ବିଧି ବଦ୍ଧ ଭାବେ ମାମଲା ରୁଜୁ କରି ତଦନ୍ତ କରିବାକୁ ଏସଟିଏଫ କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ବିନୟତୋଷ ମିଶ୍ର। ଆଜି ମାମଲା ରୁଜୁ ହେବ ଏବଂ ୮ ଦିନ ମଧ୍ୟରେ ଘଟଣା ଉପରୁ ପର୍ଦ୍ଦା ଉଠିବ ବୋଲି ଡିଜିପି କହିଛନ୍ତି। ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ମାମଲା ରୁଜୁ ପାଇଁ ବନ ବିଭାଗ ପକ୍ଷରୁ ଡିଜିପିଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଡିଜିପି ଘଟଣାର ତଦନ୍ତ ଦାୟିତ୍ୱ ଏସଟିଏଫକୁ ଦେଇଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।