ଭାରତ ଆସିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

Sep 10, 2026 - 16:29
ଭାରତ ଆସିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ : ଭାରତ ଆସିବେ ଚୀନ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ଆସନ୍ତା ୧୨-୧୩ ତାରିଖରେ ଭାରତ ଆସିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ନୂଆଦିଲ୍ଲୀ ଠାରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଭାଗ ନେଇପାରନ୍ତି ଚୀନ ରାଷ୍ଟ୍ରପତି । ତେବେ ଏନେଇ ଚୀନ ଦୂତାବାସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ୨୦୨୦ରେ ଗଲୱାନ ସୀମା ବିବାଦ  ଘଟଣା ପରେ ପ୍ରଥମ ଥର ପାଇଁ ମୋଦି ଓ ଜିନପିଙ୍ଗଙ୍କ ଦ୍ୱିପାକ୍ଷିକ ଆଲୋଚନା ହେବାକୁ ଯାଉଛି । ଏହି କାରଣରୁ ସାରା ବିଶ୍ୱର ନଜର ଏହି ବୈଠକ ଉପରେ ରହିଛି। 

ସୂଚନାନୁସାରେ, ସେପ୍ଟେମ୍ବର ୧୨ ଓ ୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ଲିଡର୍ସ ସମ୍ମିଳନୀ । ଚଳିତ ବର୍ଷ ବ୍ରିକ୍ସ ନିଜର ୨୦ ବର୍ଷ ପୂରଣ ମଧ୍ୟ କରୁଛି । ଏଥିରେ ଯୋଗଦେବା ପାଇଁ ଜିନପିଙ୍ଗ ଶନିବାର ଭାରତରେ ପହଞ୍ଚିବେ। ପ୍ରାୟ ୭ ବର୍ଷ ପରେ ତାଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ । ୨୦୨୦ର ସୀମା ବିବାଦ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ମଧ୍ୟ ହେବ । ଏନେଇ ଚାଇନାର ବୈଦେଶିକ ମନ୍ତ୍ରାଳୟ ଗୁରୁବାର ଘୋଷଣା କରିପାରେ । ଯଦି ତାଙ୍କ କାର୍ଯ୍ୟସୂଚୀ ଚୂଡାନ୍ତ ହୁଏ ତାହାଲେ ସେ ଶନିବାର ନୂଆଦିଲ୍ଲୀରେ ପହଁଚିବେ । ସେ ସନ୍ଧ୍ୟା ୬ଟାରେ ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିପାରନ୍ତି । ଦୁଇ ଦେଶ ମଧ୍ୟରେ ବଢୁଥିବା କୂଟନୈତିକ ଯୋଗାଯୋଗକୁ ଦେଖିଲେ ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । 

ଜିନପିଙ୍ଗ୍ ଶେଷ ଥର ପାଇଁ ୨୦୧୯ ଅକ୍ଟୋବର ୧୧ ଏବଂ ୧୨ ତାରିଖରେ ଭାରତ ଆସିଥିଲେ । ସେ ମୋଦିଙ୍କ ସହ ତାମିଲନାଡୁର ମାମଲ୍ୟାପୂରମରେ ହୋଇଥିବା ଶିଖର ସମ୍ନିଳନୀରେ ଭାଗ ନେଇଥିଲେ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।