କଖାରୁର ଓଜନ ୧,୨୯୫ କିଲୋ

Oct 10, 2026 - 15:24
କଖାରୁର ଓଜନ ୧,୨୯୫ କିଲୋ

 

ବ୍ରିଟେନର ୬୫ ବର୍ଷୀୟ କୃଷକ ଇଆନ୍ ପାଟନ୍ ବିଶ୍ୱର ସବୁଠାରୁ ଓଜନିଆ କଖାରୁ ଫଳାଇ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । 'ବାଘିରା' ନାମରେ ନାମିତ ଏହି ବିଶାଳ କଖାରୁର ଓଜନ ୧,୨୯୫ କିଲୋଗ୍ରାମ ରହିଛି, ଯାହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ସାମିଲ କରାଯାଇଛି । ଏହାକୁ ବଢ଼ାଇବା ପାଇଁ ଇଆନ୍ ଦୁଇ ମାସ ଧରି ପ୍ରତିଦିନ ୫ ରୁ ୬ ଘଣ୍ଟା ପରିଶ୍ରମ କରିବା ସହ ଦୈନିକ ଗଛରେ ପ୍ରାୟ ୪୯୨ ଲିଟର ପାଣି ଦେଉଥିଲେ । ଏହି ବିଶାଳ କଖାରୁକୁ କିଛି ସପ୍ତାହ ପାଇଁ ସାଉଥାମ୍ପଟନ୍ ନିକଟସ୍ଥ ଏକ ଫାର୍ମରେ ରଖାଯିବା ପରେ ଗାଈମାନଙ୍କୁ ଦାନା ଭାବେ ଖାଇବାକୁ ଦିଆଯିବ। ଇଆନ୍ ଓ ତାଙ୍କ ଜାଆଁଳା ଭାଇ ଷ୍ଟୁଆର୍ଟ ଦୀର୍ଘ ବର୍ଷ ଧରି କଖାରୁ ଚାଷ କରୁଛନ୍ତି ।  ୨୦୨୫ରେ ୧,୨୭୮ କିଲୋଗ୍ରାମର 'ମଗଲ୍' ନାମକ କଖାରୁ ଫଳାଇ ସେ ରେକର୍ଡ କରିଥିଲେ । ହେଲେ ଏଥର ଇଆନ୍ ନିଜର ପୁରୁଣା ରେକର୍ଡ ଭାଙ୍ଗି ବିଶ୍ୱର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସବୁଠାରୁ ଓଜନିଆ ବୋଇତାଳୁ ଫଳାଇବାର ରେକର୍ଡ ନିଜ ନାମରେ କାଏମ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।