କୃଷ୍ଣ ଭୂମିକାରେ ଅଭିନୟ କରିବେ ବିଜୟ

Sep 04, 2026 - 16:34
କୃଷ୍ଣ ଭୂମିକାରେ ଅଭିନୟ କରିବେ ବିଜୟ

 

ଗୁଜରାଟୀ ବ୍ଲକବଷ୍ଟର ସିନେମା ଲାଲୋ: କୃଷ୍ଣ ସଦା ସହାୟତେର ତେଲୁଗୁ ରିମେକରେ ଚର୍ଚ୍ଚିତ ଅଭିନେତା ବିଜୟ ଦେବରକୋଣ୍ଡା ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି | ପୂର୍ବରୁ ଏହି ଚରିତ୍ର ପାଇଁ ରାମ ଚରଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, 'ବଲିଉଡ ହଙ୍ଗାମା'ର ରିପୋର୍ଟ ଅନୁସାରେ ବିଜୟ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ହାସଲ କରିଛନ୍ତି ।  ଅଙ୍କିତ ସାଖିୟାଙ୍କ ଦ୍ୱାରା ନିର୍ଦ୍ଦେଶିତ ମୂଳ କାହାଣୀରେ ଜଣେ ଅଟୋ-ରିକ୍ସା ଚାଳକ ଚୋରି କରିବା ଉଦ୍ଦେଶ୍ୟରେ ଏକ ନିର୍ଜନ ପ୍ରାସାଦରେ ପଶି ଆବଦ୍ଧ ହୋଇଯାଏ, ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବା ପରେ ସେହି ବ୍ୟକ୍ତି ଜଣକ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବୋଲି ଜଣାପଡ଼ନ୍ତି । ୧୦ ଅକ୍ଟୋବର ୨୦୨୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ପ୍ରାରମ୍ଭରେ ଭଲ ବ୍ୟବସାୟ କରିନଥିଲେ ବି, ପରେ ଆଶାତୀତ ସଫଳତା ହାସଲ କରିଥିଲା | ଅପରପକ୍ଷରେ, ବିଜୟଙ୍କ ଆଗାମୀ ସିନେମା ଗୁଡ଼ିକ ମଧ୍ୟରେ ରଶ୍ମିକା ମନ୍ଦାନାଙ୍କ ସହ ରଣବଳୀ’, କୀର୍ତ୍ତି ସୁରେଶଙ୍କ ସହ ରାଉଡି ଜନାର୍ଦ୍ଦନଭଳି ଅନେକ ଫିଲ୍ମ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।