ବିଜୁ ଜନତା ଦଳର ବରିଷ୍ଠ ନେତା ସୋମେନ୍ଦ୍ର ଘୋଷଙ୍କ ପରଲୋକ
କଟକ : ରାଜନୈତିକ ମହଲରୁ ଦୁଃଖଦ ଖବର । ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କଟକର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଅସୁସ୍ଥତା କାରଣରୁ ଗତ ୫ ଦିନ ହେବ ସେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ।
ସୌମେନ୍ଦ୍ର ଘୋଷଙ୍କ ଦେହାନ୍ତ ଖବର ପାଇଁ କଟକ ମେୟର ସୁବାସ ସିଂ, ସାଂସଦ ଦେବାଶିଷ ସାମନ୍ତ ରାୟ ଙ୍କ ସହିତ ବହୁ ରାଜନୈତିକ ବ୍ୟକ୍ତି ଏବଂ କଟକବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।