ଗିଡ଼ିବାପାଲିରୁ ମିଳିଲା ଗୋଟିଏ ପରିବାରର ୫ ମୃତଦେହ
କନ୍ଧମାଳ : କନ୍ଧମାଳ-ଗଞ୍ଜାମ ସୀମାର ଗିଡ଼ାପାବାଲିରେ ଉଦ୍ଧାର କାର୍ଯ୍ୟ ଜାରି । ଗିଡ଼ିବପାଲି ଭୂସ୍ଖଳନ ସ୍ଥାନରୁ ପୁଣି ମିଳିଲା ମୃତଦେହ । ଷଷ୍ଠ ଦିନରେ ଚାଲିଥିଲା ମୃତଦେହ ଉଦ୍ଧାର ଅଭିଯାନ । ଘଟଣାସ୍ଥଳରୁ ମିଳିଛି ଗୋଟିଏ ପରିବାରର ୫ ମୃତଦେହ । ମୃତକଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ, ୨ ଝିଅ ଓ ଗୋଟିଏ ପୁଅ । ମୃତକମାନେ ହେଲେ ବିଜୟ ପ୍ରଧାନ, ଭୂମିକା ପ୍ରଧାନ, ଅରୁଣ ପ୍ରଧାନ ୨ ଝିଅ ବିଜୟଲକ୍ଷ୍ମୀ ପ୍ରଧାନ ଓ ରାଜଲକ୍ଷ୍ମୀ ପ୍ରଧାନ। ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ସୂଚନାନୁସାରେ, ଗତ ୨୮ତାରିଖରେ ବାତ୍ୟା 'ଅର୍ଣ୍ଣବ' ପରେ ଗିଡ଼ିବାପାଲି ଗାଁରୁ ସମୁଦାୟ ୧୩ଜଣ ନିଖୋଜ ହୋଇଯାଇଥିଲେ । ତେବେ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ ୬ଜଣ ଏଯାଏଁ ନିଖୋଜ ଅଛନ୍ତି । ୫ଟି ମୃତଦେହ ମିଳିବା ପରେ ପରିବାରର ସହମତିରେ ଘଟଣାସ୍ଥଳରେ ପ୍ରଶାସନତ ତରଫରୁ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏନେଇ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି ।
ଏହି ଦୁଃଖଦ ଘଟଣାରେ ସମଗ୍ର ପ୍ରଶାସନ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି । ଜିଲ୍ଲାପାଳ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଏବେ ବନ୍ଦ ହେବ ନାହିଁ । ଆଜି ମଧ୍ୟ ଅଭିଯାନ ଜାରି ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।